ବିନା ଶୌଚାଳୟରେ ଚାଲିିଛି ହାଇସ୍କୁଲ :  ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଶିକ୍ଷାର ବିକାଶ କଥା ଉଠିଲେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ସକାଶେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା କଥା ଉଠେ । ଭିତିଭୂମି ସଠିକ୍ ରହିଲେ ଛାତ୍ରଛାତ୍ରୀ ପାଠପଢା ପ୍ରତି ଆଗ୍ରହୀ ହେବା ସ୍ୱାଭାବିକ । ହେଲେ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓଡ଼ିଶା ଖଣି ନିଗମ ଅଧୀନରେ ଏହି ବିଦ୍ୟାଳୟଟି କାର୍ଯ୍ୟକାରୀ ହୋଇ ଆସୁଛି ବର୍ଷ ବର୍ଷ ଧରି । ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶୌଚାଳୟ ନଥିବା ହେତୁ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ନାମରେ ସ୍ୱଚ୍ଛତା ପାଇଁ ନାରା ଦେଇଥିବା ବେଳେ ଏଠି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୈାଚାଳୟଟିଏ ଉପଲବ୍ଧ କରାଯାଇପାରୁନି । ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ କହୁଥିବା ଏବଂ ସ୍ୱଚ୍ଛଭାରତ ଉପରେ ସରକାର ଯୋରଦେଉଥିବା ବେଳେ ଓଡ଼ିଶା ଖଣି ନିଗମ କିନ୍ତୁ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉନି । ସମସ୍ତ ସମସ୍ୟା ଓଡ଼ିଶା ଖଣି ନିଗମ ଜନ କଲ୍ୟାଣ ବିଭାଗୀୟ ଅଧିକାରୀଙ୍କୁ ଜଣାଥିଲେ ମଧ୍ୟ ଏହି ସମସ୍ୟା ସମାଧାନ କରାଯାଉ ନାହି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।