ବିବାହ ଭୋଜି ପାଇଁ ସ୍କୁଲ କରାୟତ : ଚିଠି ଲେଖି ଦାୟିତ୍ୱ ସାରିଦେଲେ ପ୍ରଧାନଶିକ୍ଷୟିତ୍ରୀ
ଯାଜପୁର ଟାଉନ : ଭୋଜିଭାତ ପାଇଁ ସ୍କୁଲ କରାୟତ । ଲୋକ ଲୋଚନକୁ ଆସିବା ଏବଂ ଅଭିଭାକ ମହଲରୁ ଅସନ୍ତୋଷ ପ୍ରକାଶ ପରେ ପ୍ରଧାନ ଶିକ୍ଷୟତ୍ରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବା ବଦଳରେ ଚିଠିଟିଏ ଲେଖି ଦାୟୀତ୍ୱ ସାରି ଦେବା ଘଟଣା ସଚେତନ ନାଗରିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯେତେ ବେଳେ ଶୈକ୍ଷିକ ବାତାବରଣ ନିମନ୍ତେ ସ୍କୁଲ୍ ଏବଂ ଏହାର ପରିସରକୁ ଅନ୍ୟ କୌଣସି କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ରହିଛି, ସେତେ ବେଳେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଅନତି ଦୂର ତଥା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବା ଯାଜପୁର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟସ୍ଥ ବିଚିତ୍ରପୁର ପଞ୍ଚÿାୟତ ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭୋଜିଭାତ ପାଇଁ ଟେଣ୍ଟରେ କରାୟତ କରାଯିବା ଘଟଣା ବୁୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି ।ଆସନ୍ତା ୨୫ ତାରିଖ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ ବନ୍ଧା ହୋଇଛି । ଅଭିଯୋଗ ପରେ ପ୍ରଧାନଶିକ୍ଷୟତ୍ରୀ ମନୋରମା ବେହେରା ବାଣପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ଚିଠି ଲେଖି ଏପରି ନକରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନଶିକ୍ଷୟତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି କି ବିଇଓ କାର୍ଯ୍ୟାଳୟରୁ ତାଙ୍କୁ ସ୍କୁଲ ପରିସରକୁ ଭୋଜି ପାଇଁ ବ୍ୟବହାର ସରକାରୀ ଗାଇଡ଼ଲାଇନକୁ ଉଲ୍ଲଘନ କରୁଛି ବୋଲି ଦର୍ଶାଯାଇଛି । ଏଣୁ ଚିଠି ପାଇଲା ପରେ ସ୍କୁଲ ପରିସରକୁ ମୁକ୍ତ କରିବାକୁ ଶ୍ରୀ ସାହୁଙ୍କୁ ପରାମର୍ଶ ଦେଇଛନ୍ତି । ପରାମର୍ଶ ପରେ ବି ଟେଣ୍ଟ ଖୋଲା ଯାଇନଥିବା କି ସ୍କୁଲ ପରିସର ମୁକ୍ତ ହୋଇନଥିବାର ଦେଖିବାକୁ ମିଳିଛି । ପରିଚାଳନା କମିଟି ଅନୁମତିରେ ଭୋଜି ପାଇଁ ଅନୁମତି ମିଳିଥିବା କଥା ପ୍ରଧାନଶିକ୍ଷୟତ୍ରୀ ଲେଖିଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ସୂଚନା ଥାଉକି ସ୍କୁଲ ପରିସରରେ ବିବାହ-ବ୍ରତ କିମ୍ବା ଏକାଦଶାହ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଅପେରା ପାର୍ଟିର କଳାକାରମାନଙ୍କ ପାଇଁ ସାମୟୀକ ବାସସ୍ଥାନ ଭାବେ ଯୋଗାଇ ଦିଆଯାଉଥିଲା । ଏଥିସହ ବେଳେ ବେଳେ ରାଜନୈତିକ ସଭାସମିତି ପାଇଁ ସ୍କୁୁଲକୁ ବ୍ୟବହାର କରାଯାଉଥିଲା । ଯାହା ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏକ ସମସ୍ୟା ସୃଷ୍ଟି କରୁଥିଲା । ଏହାକୁ ଦୃଷ୍ଟିରେ ରଖି ତକôାଳୀନ ବିଭାଗୀୟ ସଚିବ ଶୈକ୍ଷିକ କାର୍ଯ୍ୟକ୍ରମ ବ୍ୟତିତ ଏକ ନିଦେ୍ର୍ଦଶନାମା ଜାରି କରି ସ୍କୁଲରେ କୈାଣସି ବେସରକାରୀ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ବଳବତର ରହିଛି । କିନ୍ତୁ ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଘଟିଛି ।