ହୃଦଘାତରେ ଅଧ୍ୟାପକଙ୍କ ପରଲୋକ

ବ୍ୟାସନଗର:  ଲକ୍ଷ୍ମୀନଗର ପଞ୍ଚାୟତ ରାଧାନାଗର ଗ୍ରାମର ବ୍ରଜବନ୍ଧୁ ପତ୍ରୀଙ୍କ ପୁଅ ଲକ୍ଷ୍ମୀଧର (୫୩)ଙ୍କ ରବିବାର ରାତିରେ ହୃଦଘାତରେ ପରଲୋକ ଘଟିଛି । ଲକ୍ଷ୍ମୀଧର ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ରାତିରେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସହଯୋଗୀ ଅଧ୍ୟାପକ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡ଼ିକାଲରେ ଚିକିସôା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଲକ୍ଷ୍ମୀଧରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା ବ୍ୟବଚ୍ଛେଦ ପରେ ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୁଲିସ । ପରିବାର ଲୋକେ ମୃତ ଦେହକୁ ଧରି ଗାଁରେ ପହଁଚିଥିବା ବେଳେ ଆଜି ଗାଁ ଶ୍ମଶାନରେ ଶେଷକୃତ କରାଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ବାପା, ପତ୍ନୀ, ପୁଅ, ଝିଅ,ପରିବାର ପରିଜନ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଶୋକ ପ୍ରକାଶ କରିଥିବା ବେଳେ ସାଙ୍ଗସାଥି ଶେଷ ଦର୍ଶନ କରିବା ପୂର୍ବକ ପୁଷ୍ପଅର୍ଘ ଅର୍ପଣ କରିଥିଲେ ।