ଲେବର କାର୍ଡ ଆଳରେ ଗରିବଙ୍କ ଝାଳ ବୁହା ଧନ ଲୁଟ୍  କାର୍ଡପିଛା ନେଉଛନ୍ତି ୨ ରୁ ୩ ହଜାର

ାା ପ୍ରଭାନୁ୍ୟଜ ।ା କାଳିଆପାଣି: ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଶ୍ରମଜୀବୀଙ୍କ ପାଇଁ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା କରିଛନ୍ତି । ଏହି ଯୋଜନାରେ ଶ୍ରମଜୀବୀ ସାମିଲ ହୋଇ କିପରି ଭାବରେ ଉପକୃତ ହୋଇପାରିବେ ସେଥିପ୍ରତି ସରକାର ଲେବର କାର୍ଡ ପ୍ରଦାନ କରୁଛନ୍ତି । କିନ୍ତୁ ଲେବର କାର୍ଡ କରିବା ଆଳରେ ଖଣି ଅଞ୍ଚଳରେ ଗରିବ ଲୋକଙ୍କ ଠାରୁ ପ୍ରତି କାର୍ଡ ପାଇଁ ୨ ରୁ ୩ ହଜାର ଟଙ୍କା ନେଉଥିବାର ଅଭିଯୋଗ ହୋଇଛି । ଓସ୍ତପାଳ, ଚିଙ୍ଗୁଡ଼ିପାଳ, ଦେଉଗାଁ, ନଗଡା, ଓସ୍ତିଆ, ମହୁଲଖାଲ, ବାଘୁଆସାହି, ବେଣାଗାଢ଼ିଆ ଗ୍ରାମର ଏକାଧିକ ଲେବର କାର୍ଡ ହିତାଧିକାରୀ ଅଭିଯୋଗ କରନ୍ତିକି ଲେବର କାର୍ଡ ବନାଇବାକୁ ୨ରୁ ୩ହଜାର ମାଗନ୍ତି ଚିଙ୍ଗୁଡ଼ିପାଳ ପଞ୍ଚାୟତର ଜୈନିକା ମହିଳା । ସଂପୃକ୍ତା ମହିଳା ଜଣକ ଏକ ସମୟରେ ପଞ୍ଚାୟତରେ ଜନ ପ୍ରତିନିଧି ଭାବରେ କାର୍ଯ୍ୟ ତୁଲାଇ ଖଣି ଅଞ୍ଚଳରେ ଗରିବ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ଗରିବ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବା ପରେ ଲେବର କାର୍ଡ ବନାଇଦେବା ପାଇଁ ଲୋକଙ୍କ ନିକଟରୁ ୨ରୁ ୩ ହଜାର ଟଙ୍କା ନେଇ ବନାଇ ଦେଲେ । ଏକାଧିକ ହିତାଧିକାରୀ ପରବର୍ତ୍ତୀ ସମୟରେ ଟଙ୍କା ପ୍ରଶ୍ନ କରିବାରେ ସଂପୃକ୍ତା ମହିଳା ଜଣକ ସରକାରୀ ଅଧିକାରୀଙ୍କୁ ଦେବାକୁ ପଡ଼ୁଛି ବୋଲି କହିଥିଲେ । ଗରିବ ଆଦିବାସୀ ଅଞ୍ଚଳର ଲୋକ ସରକାରୀ କାର୍ଯ୍ୟାଳୟ ଯାଇ କାର୍ଡ ବନାଇବାର କାର୍ଯ୍ୟ ଶୈଳୀ ଜଣାନଥିବାରୁ ବେଶ୍ ଫାଇଦା ଉଠାଇଲେ ମହିଳା ଜଣଙ୍କ । କାର୍ଡ ବନାଇବାକୁ ହେଲେ ଧାନ ବିକ କି ଚାଉଳ ବିକି କିମ୍ବା କେଉଁଠାରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ୨ ରୁ ୩ହଜାର ଟଙ୍କା ଦେଇଥାନ୍ତି କାର୍ଡ଼ ଆଶାୟୀ । କାର୍ଡ ଥିବା ହିତାଧିକାରୀ ମୃତ ହେଲେ ୨ଲକ୍ଷ ଟଙ୍କା ସରକାର ଆର୍ଥôକ ସହାୟତା ପ୍ରଦାନ କରୁଥିବା ବେଳେ ଗରିବ ଆଦିବାସୀ ଲୋକ ଅର୍ଥ ଉଠାଇପାରୁ ନଥିବା ବେଳେ ମହିଳା ଜଣଙ୍କ ଅର୍ଥ ଉଠାଇ ଦେବାକୁ ସିଧାସଳଖ ୫୦ହଜାର ନେଇଥାନ୍ତି ବୋଲି ହୁଏ ଅଭିଯୋଗ । ମହିଳା ଜଣଙ୍କ ଲୋକଙ୍କ ସେବା ଆଳରେ ଗରିବଙ୍କ ଝାଳ ବୁହା ଧାନ ଲୁଟ୍ କରୁଥିବା ବେଳେ ଏହି କାର୍ଯ୍ୟରେ କାର୍ଡ ବନାଉଥିବା ସରକାରୀ ଅଧିକାରୀ ମଧ୍ୟ ଲିପ୍ତ ଥିବା ନେଇ ଆଶଙ୍କା କରାଯାଉଛଛି । ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ଖଣି ଅଞ୍ଚଳରେ ସଚେତନତା କରିବାର ଆବଶ୍ୟକତା ରହିଛି ।