ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ତାଳଚେର: ତାଳଚେର ବ୍ଲକ ନୂଆପଡା ସ୍ଥିତ ରାମେଶ୍ୱର ମନ୍ଦିର ଯାତ୍ରା କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ନିକଟସ୍ଥ ପଡିଆ ଠାରେ ବିଭିନ୍ନ ପ୍ରକାରର ଅଳିଆ, ପ୍ଳାଷ୍ଟିକ୍ କପ୍, ପ୍ଲାଷ୍ଟିକ୍ ଗ୍ଲାସ୍, କାଗଜ ଖଲି, ଚଉପତି ଇତ୍ୟାଦି ପଡି ପୁତ୍ତିଗନ୍ଧମୟ ସୃଷ୍ଟି ହେବା ସହିତ ଅପରିସ୍କାର ପରିବେଶ ଦେଖାଯାଉଥିଲା । ଯାତ୍ରା କମିଟିର ସଭାପତି ବିଜୟ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଝାଡୁ କରିବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ମନ୍ଦିରର ଉନ୍ନତି ପାଇଁ ଆସନ୍ତା ସେପ୍ଟେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ଏହି ପଡିଆରେ ଯାତ୍ରା କାର୍ଯ୍ୟକ୍ରମ କରିବ ବୋଲି ମନ୍ଦିର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଆନନ୍ଦ ଚନ୍ଦ୍ର ସାହୁ, ପ୍ରତାପ ସାମଲ, ସୌଭାଗ୍ୟ ନାୟକ, ବିଭୁତି ସାମଲ, ନିରଂଜନ ସାମଲ, ସୁଧାଂଶୁ ଦାସ, ଅରୁଣ ଗଡନାୟକ, ସୌଭାଗ୍ୟ ଗଡନାୟକ, ରମାକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।