ପ୍ରଥମ ଦିନରେ ମଣ୍ଡିରୁ ଉଠିଲାନି ଧାନ
ପାପଡାହାଣ୍ଡି: ଧାନ ମଣ୍ଡିର ପ୍ରଥମ ଦିନରେ ମୈଦଲପୁର ଲ୍ୟାମ୍ପ ତରଫରୁ ୧୫ଜଣ ଚାଷୀଙ୍କୁ ଟୋକେନ ମିଳିଥିଲା । ମୈଦଲପୁର ମଣ୍ଡିରୁ ଧାନ କିଣିବା ପାଇଁ ଏଗ୍ରୋ ରାଇସ ମିଲ ଓ ମର୍ଡନ ରାଇସ ମିଲକୁ ଧାନ କିଣିବା ପାଇଁ ନିଦେ୍ର୍ଦଶ ମିଳିଛି । ମଣ୍ଡି ଆରମ୍ଭ ଦିନ ଦୁଇଟି ରାଇସ ମିଲ ଓ ୧୪ଜଣ ଚାଷୀଙ୍କ ଦେଖା ଦର୍ଶନ ମିଳି ନଥିଲା । ଜଣେ ମାତ୍ର ଚାଷୀ ମଣ୍ଡିକୁ ଧାନ ଆଣି ହଟହଟା ହେଲେ । ସେ ହେଉଛନ୍ତି ଗାଦବା କତରା ପଂଚାୟତ ସଦରର ଖଗପତି ନାୟକ । ତାଙ୍କ କହିବା ଅନୁସାରେ, ତାଙ୍କୁ ପ୍ରଥମ ଦିନ ରେ ୫୮ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକେନ ଆସିଥିଲା । ସେ ଟ୍ରାକ୍ଟର ଯୋଗେ ୧୧୦ପ୍ୟାକେଟ ଧାନ ମଣ୍ଡିକୁ ଆଣିଥିଲେ । ହେଲେ ସେଠାରେ ଏଫଏକୁ୍ୟର ମାନ ଯାଞ୍ଚ ପରେ ୧୬ପ୍ରତିଶତ ଧାନ କାଟିବାକୁ କୁହାଯାଇଥିଲା । ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଓ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଶେଷରେ ଖଗପତି ଧାନ ବିକ୍ରି ନ କରି ଧାନ ଧରି ଘରକୁ ପଳେଇ ଯାଇଥିଲେ । ଅନ୍ୟ ଚାଷୀ ମଣ୍ଡିକୁ ଧାନ ଆଣି ନଥିବାରୁ ମଣ୍ଡିକୁ ଜଗଉ ଓ ଲ୍ୟାମ୍ପ କର୍ମଚାରୀ ବନ୍ଦ କରି ଦେଇଥିଲେ । ଚାଷୀଙ୍କ ମଧ୍ୟରେ ହରିଶଙ୍କର ସାହୁ, ରାମ ପ୍ରସାଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।