ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ଜାପାନ ଗଲେ ୮ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶାର ଓ ଇନୋଭେଟିଭ୍ ଲର୍ନିଂ ସଲୁ୍ୟସନ ଯୋଜନା ଅନୁସାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ କୁଶଳତାର ବିକାଶ ନିମନ୍ତେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ୭ମ ରୁ +୨ ମଧ୍ୟରେ ୧୦୦୦ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ତନ୍ମଧ୍ୟରୁ ୧୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ୱତନ୍ତ୍ର କୁଶଳତା ପ୍ରଶିକ୍ଷଣର ପ୍ରୋତ୍ସାହନ ନିମନ୍ତେ ଜାପାନ ସରକାରଙ୍କ ସହଯୋଗରେ ଆଜି ସେମାନେ ଜାପାନର ଟୋକିଓ ଗସ୍ତରେ ଯାଇଛନ୍ତି । ସେମାନଙ୍କ ସହ କେନ୍ଦୁଝର ଗୁରୁକୁଳ ଶିକ୍ଷାକେନ୍ଦ୍ରର ସତ୍ୟବ୍ରତ ସାହୁ, ସମ୍ବିତ ମୁଣ୍ଡା ଓ ସାଇଶ୍ରୀ ଶୁଭସ୍ମିତା ସାହୁ, ଭୁବନେଶ୍ୱର ଏରୋଡ୍ରମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶୁଭମ୍ ପ୍ରଧାନ ଓ ହିମାଂଶୁ ମହାପାତ୍ର ଓ ମୁଗମୁଣ୍ଡା ଆଦର୍ଶ ଦେବଗୁରୁ ଶିକ୍ଷାକେନ୍ଦ୍ରର ଓମ୍ ନାରାୟଣ ପ୍ରଧାନ ଏବଂ ଭୁବନେଶ୍ୱର ଏମ୍ବିଏସ୍ ପବ୍ଲିକ ସ୍କୁଲର ଅମ୍ଳାନ ଜ୍ୟୋତି ମହାନ୍ତି, ଅମୃତ ସ୍ୱାଇଁ ପ୍ରମୁଖ କେନ୍ଦୁଝର ଗୁରୁକୂଳର ସେକ୍ରେଟେରୀ ସତ୍ୟବ୍ରତ ସାହୁ ଓ ତାମିଲନାଡ଼ୁ ସ୍ଥିତ ଚେନ୍ନାଇର ଏମ୍ ରାଜଲକ୍ଷ୍ମୀଙ୍କ ତତ୍ତ୍ୱବଧାନରେ ଜାପାନ ଗସ୍ତ କରିଛନ୍ତି । ସଂସ୍ଥାନର ମହାସଚିବ ଡ. କରୁଣାକର ପ୍ରଧାନ, ଡ. ସୌରେନ୍ଦ୍ର ମହାପାତ୍ର, ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଯାତ୍ରାର ସଫଳତା କାମନା କରିଥିଲେ । ଏଥିରେ ବିଷ୍ଣୁଚରଣ ସାହୁ, ଅଜୟ କୁମାର ପଣ୍ଡା, ସଂସ୍ଥାନର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । ହିନ୍ଦୁସ୍ତାନ ସ୍କାଉଟ୍ ଆଣ୍ଡ ଗାଇଡସ୍ ଛାତ୍ରଛାତ୍ରୀମାନେ ସ୍ୱାଗତ ତଥା ବିଦାୟ ଅଭିବାଦନ ଦେଇଥିବା ବେଳେ ରୁଦ୍ରପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
