ରୋମାଞ୍ଚ ଓ ମାଧବଙ୍କୁ ଗୃହର ନିନ୍ଦା

odisha vidhansabha

ରୋମାଞ୍ଚ ଓ ମାଧବଙ୍କୁ ଗୃହର ନିନ୍ଦା

ଭୁବନେଶ୍ୱର : ବିଜେଡ଼ି ବିଧାୟକ ସର୍ବଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ମାଧବ ଧଡ଼ାଙ୍କୁ ଗୃହ ନିନ୍ଦା କରିଛି  । ଗୃହରେ ହଙ୍ଗାମା, ହଟ୍ଟଗୋଳ, ପୋଡ଼ିୟମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିବାରୁ ତାଙ୍କୁ ଗୃହ ନିନ୍ଦା କରିଛି  । ଆଜି ଶୂନ୍ୟକାଳରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏନେଇ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ  । ଉଭୟ ବିଧାୟକଙ୍କୁ ନେଇ ଆସିଥିବା ନିନ୍ଦା ପ୍ରସ୍ତାବ ଗୃହରେ ଗୃହୀତ କରାଯାଇଥିଲା  । 

ଗତକାଲି ବିଧାନସଭାରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ତୁମୁଳ ହଟ୍ଟଗୋଳ ହୋଇଥିଲା  । ଉଭୟ କଂଗ୍ରେସ ଓ ବିଜେଡ଼ି ବିଧାୟକମାନେ ହଟ୍ଟଗୋଳ କରିଥିଲେ  । ବିଜେଡ଼ି ବିଧାୟକମାନେ ବେଶ୍‌ ଆକ୍ରମଣାତ୍ମକ ଭଙ୍ଗୀରେ ଜୋରଦାର ହଟ୍ଟଗୋଳ କରିଥିଲେ  । ବିଧାୟକ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଧଡ଼ା ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଙ୍ଗାମା କରିବା ସହ ପୋଡ଼ିୟମ ଉପରେ ଚଢ଼ିବାକୁ ବି ଉଦ୍ୟମ କରିଥିଲେ  । ଯାହାକୁ ନେଇ ବିଜେପି ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଥିଲେ  ।