ହର ଘର ତ୍ରିରଙ୍ଗା ଅଭିଯାନ : ୧.୮ କୋଟି ସ୍ୱଚ୍ଛ ସୁଜଳ ଗାଁ ସାମିଲ୍

 ଭୁବନେଶ୍ୱର:  ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଏହି ଜାତୀୟସ୍ତରୀୟ ଅଭିଯାନର ଚତୁର୍ଥ ସଂସ୍କରଣ ଥିଲା  । ଘରକୁ ତ୍ରିରଙ୍ଗା ଆଣିବା, ଏହା ସହ ପ୍ରତ୍ୟକ୍ଷ ଯୋଡି ହେବା ଓ ଏହାକୁ ସମ୍ମାନ ଜଣାଇବା  ହେଉଛି ଏହାର ମୂଳ ଲକ୍ଷ୍ୟ  । ଆମ ପରିଚୟ, ସ୍ୱାଧୀନତା ଓ ଏକତାର ଉଦ୍ରେକ ହେଉଛି ଏହି ତ୍ରିରଙ୍ଗା ଅଭିଯାନ । ଆଜାଦି କା ଅମୃତ ମହୋସôବର ଏକ ଅଂଶ ଭାବରେ ୨୦୨୨ରେ ଏହାକୁ ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ଓ ପ୍ରବାସୀଙ୍କ ଭାଗିଦାରୀରେ ଏହି ଅଭିଯାନ ଏବେ ବଳିଷ୍ଠ ହୋଇଛି । ଜଳ, ସ୍ଥଳ ଓ ଆକାଶରେ ତ୍ରିରଙ୍ଗାକୁ ଉଡେଇ ସମସ୍ତଙ୍କ ଭିତରେ ଏହି ଅଭିଯାନ ଦ୍ୱାରା ଦେଶପ୍ରେମ ଜାଗ୍ରତ କରାଯାଇ ପାରୁଛି ।ଚଳିତ ବର୍ଷ ୨ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଛି । ସଶସ୍ତ୍ର ସେନା ଓ ପୁଲିସମାନଙ୍କ ପ୍ରତି କୃତଜ୍ଞତା, ସ୍ୱେଚ୍ଛାସେବା, ସଫେଇ ଅଭିଯାନ ଉପରେ ଆଲୋକପାତ କରିବା ଚଳିତବର୍ଷର ଥିମ ଥିଲା । 
ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଅଧୀନରେ ଉଭୟ ସହରାଂଚଳ ଓ ଗ୍ରାମାଂଚଳର ୯ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏବେ ଆଗକୁ ଆସିପାରିଛନ୍ତି । 
ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତ୍ରିରଙ୍ଗା ସ୍ପିରିଟକୁ ମନେ ପକାଇଛନ୍ତି । ଏଚଜିଟି ୨୦୨୫ରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ (ସିଏପିଏଫ)ର ଭାଗିଦାରୀକୁ ଗୃହମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଥିଲେ । ହର ଘର ତ୍ରିରଙ୍ଗା ଓ ହର ଘର ସ୍ୱଚ୍ଛତାର ପ୍ରଚାର ପ୍ରସାର ଲାଗି ୧.୮ କୋଟିରୁ ଊର୍ଦ୍ଧ୍ୱ ସ୍ୱଚ୍ଛ ସୁଜଳ ଗାଁ ଶପଥ ନେଇଥିଲେ  । ତ୍ରିରଙ୍ଗା ସହ ସେଲଫି ଲୋକପ୍ରିୟ ହର ଘର ତ୍ରିରଙ୍ଗା ସେଲଫି ଅଭିଯାନ କ୍ରମରେ ଅଗଷ୍ଟ ୧୬ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୭.୫୦ କୋଟି ତ୍ରିରଙ୍ଗା ସେଲଫି ଅପଲୋଡ ହୋଇଥିଲା । ହର ଘର ତ୍ରିରଙ୍ଗା ଅଭିଯାନର ସଂସ୍କୃତି ମନ୍ତ୍ରଣାଳୟ ହେଉଛି ଏକ ନୋଡାଲ ମନ୍ତ୍ରଣାଳୟ ।