ସ୍ୱାଭିମାନ ଦିବସ ପାଳିତ
ାା ପ୍ରଭାନୁ୍ୟଜ୍ ।ା ପୁରୀ, ୨୯ା୪: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଶ୍ରୀକ୍ଷେତ୍ର ଉକôଳ ସମ୍ମିଳନୀ ପକ୍ଷରୁ ଉକôଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତ ସମାରୋହ ତଥା ସ୍ୱାଭିମାନ ଦିବସ ସାଳିତ ହୋଇଛି । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ସୌଭାଗ୍ୟ କୁମାର ସାହୁ ମୁଖ୍ୟ ଅତିଥି, ସମାଜସେବୀ ଚକ୍ରଧର ମହାପାତ୍ର ସମ୍ମାନିତ ଅତିଥି, ଉକôଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଓ ଶିକ୍ଷାବିତ୍ ବିଜୟଲକ୍ଷ୍ମୀ ଦାସ, ପ୍ରଦୀପ୍ତ ରାୟ, ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । ସଂପାଦକୀୟ ବିବରଣୀ ପାଠ କରିଥିଲେ ଅନାମ ଚନ୍ଦ୍ର ସାହୁ । ଓଡ଼ିଆ ଭାଷା ଓ ସାହିତ୍ୟର ଜାଗରଣ ମଧୁବାବୁଙ୍କ ନେତୃତ୍ୱରେ ତୀବ୍ରତର ହୋଇଥିଲା । ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସ ଓଡ଼ିଆ ଜାତିକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଚେଷ୍ଟିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ଉପସଭାପତି କୃଷ୍ଣଚନ୍ଦ୍ର ରଥ । କାଶୀନାଥ ଖୁଣ୍ଟିଆ, ବିଶ୍ୱମ୍ଭର ସାହୁ, ଏମ୍. କୋଟେଶ୍ୱର ପାତ୍ର, ଯୋଗେନ୍ଦ୍ର ନାଥ ସାହୁ, ସଦାଶିବ ମିଶ୍ର, ଚିନ୍ମୟୀ ଗଜେନ୍ଦ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ଶ୍ରୁତଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ପହଲଗାମରେ ଆତଙ୍କୀ ହାମଲାରେ ମୃତୁ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ ସଦାଶିବ ମିଶ୍ର ।