ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର
ନାଉଗାଁ : ସ୍ୱାସ୍ଥ୍ୟନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ନାଉଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଯକ୍ଷ୍ମା, ସ୍ତ୍ରୀ ଓ ପ୍ରସ୍ତୁତି, ମାନସିକ, ଶିଶୁ, ଦନ୍ତ, ଯୋଗ, ଅଣସଂକ୍ରମକ ରୋଗ ସହିତ ଆୟୁର୍ବେଦିକ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିସôା ସେବା ପ୍ରଦାନ କରିଥିଲେ । ଏହି ଶିବିରକୁ ନାଉଗାଁ ବ୍ଲକ ଉନ୍ନୟନ ଅଧିକାରୀ ନିରଞ୍ଜନ ପରିଡା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା. ଚିଦଭୂଷଣ ପଣ୍ଡା ଅଧ୍ୟକ୍ଷତାରେ ଡା. ଅନୁଭବ ଦାଶ, ଡା.ମାନସ ରଞ୍ଜନ ମହାପାତ୍ର, ଡା.ସଂଗ୍ରାମ କେଶରୀ ମହାନ୍ତି, ଡା. ସୁଶ୍ରୀ ସମ୍ପର୍ଣ୍ଣ ବେହୁରା, ଡା.ଅରବିନ୍ଦ ବସ୍ତିଆ ବିଶେଷଜ୍ଞ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଚନ୍ଦ୍ରଶେଖର ପଟ୍ଟନାୟକ, ସୌରଜିତ ସାହୁ, ବିଷ୍ଣୁଚରଣ ଜେନା ଓ ତ୍ରିଲୋଚନ ମହାନ୍ତି ପ୍ରମୁଖଙ୍କ ସହଭାଗୀତାରେ ହୋଇଥିଲା ।