ମା’ତାରିଣୀ ଯଜ୍ଞ ଉତ୍ସବ ଉଦଯାପିତ
ବ୍ରହ୍ମବରଦା : ବଣିକ ସଂଘ ବ୍ରହ୍ମବରଦା ତାରିଣୀ ଛକ ଆନୁକୁଲ୍ୟରେ ଦ୍ୱାଦଶତମ ମା’ତାରିଣୀ ବାର୍ଷିକ ଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ମୁଖ୍ୟ ପୂଜକ ଡଃ ପ୍ରଭଞ୍ଜନ ପତି ଓ ବିଜୟ କୁମାର ପତିଙ୍କ ପୌରହିତ୍ୟରେ ମୁଖ୍ୟ କର୍ତ୍ତା ଅରୁଣ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସଂଯୁକ୍ତାଙ୍କ ସମେତ ୩୩ଜଣ କଳାସଧାରୀ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇ ଯଜ୍ଞ ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ । ଯଜ୍ଞଉତ୍ସବ ଚଳିତ ମାସ ୧ତାରିଖ ଠାରୁ ଆରମ୍ଭ ହୋଇ ୪ତାରିଖ ରବିବାର ପର୍ଯ୍ୟନ୍ତ ଚାଲୁରହିଥିଲା । ଗୁରୁବାର ଅଙ୍କୁରାରୋପଣ, ଶୁକ୍ରବାର ଘଟାଧୀବାସ, ସୂର୍ଯ୍ୟପୂଜା, ଉପଚାର ପୂଜା,ରୁଦ୍ର ମହାଯଜ୍ଞ, ଶନିବାର ଗୀତା ମହାଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ରବିବାର ଚଣ୍ଡି ମହାଯଜ୍ଞ ସହ ରାତ୍ର ୧୦ଘଟିକାରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ଏଥିରେ ପୂଜକ ପବିତ୍ର କର, ନିରାକାର ଦାସ, ଦେବେନ୍ଦ୍ର ପତି, ନିର୍ମଳ ପତି ଆଦି ସହଯୋଗ କରିଥିଲେ । ଏହି ଅବସରରେ ଯଜ୍ଞ ଉତ୍ସବ କମିଟିର ସଭାପତି ବିପିନ ବିହାରୀ ଦେଓ, ବଣିକ ସଂଘର ବରିଷ୍ଠ କର୍ମକର୍ତା ବିଜୟ କୁମାର ବେହେରା, ବିଚିତ୍ର ବେହେରା, ବିଶ୍ୱରଞ୍ଜନ ସାହୁ, ଆଲୋକ ବେହେରା, ରବିନ୍ଦ୍ର ମଣ୍ଡଳ, ନିତ୍ୟାନନ୍ଦ ରାଉତଙ୍କ ସମେତ ବଣିକ ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟ ଯଜ୍ଞ କର୍ମରେ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
