ଫକୀର ମୋହନଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋବରୀ ସାରସ୍ୱତ ପରିଷଦ ତରଫରୁ ମକରମିଳନ ଓ ବ୍ୟାସ କବି ଫରିକମୋହନଙ୍କ ଜୟନ୍ତୀ ସିଦ୍ଧ ମା ଛୁଆଳିଆ ଶକ୍ତି ପୀଠରେ ସମାହାରରେ ପାଳିତ ହୋଇଯାଇଛି । ଡ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡ. ବୈଷ୍ଣବ ଚରଣ ସିଂହଙ୍କ ସ୍ମୃତିଚାରଣ ସହିତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପ୍ରଫେସର ନନ୍ଦକିଶୋର ପରିଡା, ମୁଖ୍ୟବକ୍ତା ଡ. ବାସନ୍ତି ମହାନ୍ତି, ସମ୍ମାନୀତଅତିଥି ଡ. ନୀଳମଣି ଲେଙ୍କା, କବି ହେମନ୍ତ କୁମାର ରାଉତ, ଡ. ଶ୍ରୀଧର ସାମଲ ଯୋଗଦେଇଥିଲେ । କବି ନିରୁପମା ଦାସ ଓ କବି ଆରାଧନା ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । କାର୍ଯକ୍ରମରେ ସ୍ୱାଗତ ସମ୍ଭାଷଣ ଉପାଧ୍ୟାକ୍ଷ ସମରେନ୍ଦ୍ର ଜେନା ଦେଇଥିବା ବେଳେ, ମଞ୍ଚ ସଞ୍ଚାଳନ କରିଥିଲେ ମଳୟ ରଞ୍ଜନ ବାରିକ, କବି ଅର୍ପିତା ସେଠି, ହେମନ୍ତ ମଲିକ, ବିଚିତ୍ରାନନ୍ଦ ସାହୁ, ଅର୍ଜୁନି ଚରଣ ସ୍ୱାଇଁ, ମଳୟ ବାରିକ, ଚିତ୍ତ ରଞ୍ଜନ ସ୍ୱାଇଁ, ମମତା ସାମଲ, କାକୁଲି ମଲିକ, ମଧୁସ୍ମିତା ସ୍ୱାଇଁ ପ୍ରମୁଖ କବିତା ପାଠ କରିଥିଲେ । ସଂଗଠନ ସଚିବ ରବୀନ୍ଦ୍ର ସେନାପତି, ଅଧ୍ୟକ୍ଷ କରୁଣାକର ମାଲିକ, ଦ୍ୱକ୍ଷରୀକାନାଥ ବିଶ୍ୱାଳ, ଅଭୟ ସେନାପତି, ପ୍ରଦୀପ୍ତ ସେନାପତି, ବସନ୍ତ ସାହୁ, ଆଭାସୀ ମାଧ୍ୟ୍ୟମରେ ଯୋଗଦେଇଥିଲେ । ସମାଜସେବୀ ମଦନ ଦାସ, ବାସୁଦେବ ସେନାପତି ସହଯୋଗ କରିଥିଲେ । ଶେଷରେ ବୀରେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।