ଦୁହୁରିଆ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ପକ୍ଷରୁ ଧାରଣା
କେନ୍ଦ୍ରାପଡା : କେନ୍ଦ୍ରାପଡା ଦୁହୁରିଆ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ପକ୍ଷରୁ ସଦର ଥାନା ଅଧିକାରୀ, ଏସାଇଙ୍କ ବିରୋଧରେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଂଘର ସଭାପତି କ୍ଷେତ୍ରବାସୀ ସାହୁ, ସାଧାରଣ ସଂପାଦକ ସନାତନ ମୁଦୁଲିଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ସଦର ଥାନା ଅଧିକାରୀ ଓ ଏସଆଇ ବଜାର କମିଟିର ସଭାପତି, ସଂପାଦକ ଓ ସେଠାକାର ବ୍ୟବସାୟୀ ମାନଙ୍କୁ ଅଯଥା ହଇରାଣ ହରକତ କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ବଜାର କମିଟିର ସଭ୍ୟ ଓ ବ୍ୟବସାୟୀ ସଂଘ ତରଫରୁ ଧାରଣା ଦିଆଯାଇଛି । ଖବରପାଇ ଜିଲ୍ଲାପାଳ ଓ ଏସଡିପିଓ ଜ୍ୟୋତି ରଂଜନ ଗୈାଡ, ଟାଉନ ଆଇଆଇସି ଦିଲିପ କୁମାର ସାହୁ ପ୍ରମୁଖ ଧାରଣାକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ।