SI ପରୀକ୍ଷା ମହାକେଳେଙ୍କାରୀ : ଶଙ୍କର ପୃଷ୍ଟିକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା

SI ପରୀକ୍ଷା ମହାକେଳେଙ୍କାରୀ  : ଶଙ୍କର ପୃଷ୍ଟିକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା

SI ପରୀକ୍ଷା ମହାକେଳେଙ୍କାରୀ ମାମଲାରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଚାଲିଛି ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଜେରା । ମୁଖ୍ୟ ଅଭିଯୁକ୍ତ ଶଙ୍କରର ଫର୍ଚୁନର କାର ମଧ୍ୟ ଜବତ କରାଯାଇଛି । ଗତ ରାତିରେ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଗିରଫ ହୋଇଥିଲା । ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀରେ ଡେରାଦେଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଚଢାଉ କରି କ୍ରାଇମବ୍ରାଞ୍ଚ ଉତ୍ତରାଖଣ୍ଡ-ନେପାଳ ସୀମାରୁ ଶଙ୍କରକୁ ଗିରଫ କରିଥିଲା । ସୂଚନା ଅନୁସାରେ, ନେପାଳରେ ପେଇଂ ଗେଷ୍ଟ ଭାବେ ରହୁଥିଲା ଅଭିଯୁକ୍ତ ଶଙ୍କର ପୃଷ୍ଟି ।