ହତ୍ୟା ଉଦ୍ୟମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ବଲାଙ୍ଗିର: ବଲାଙ୍ଗିର ମୁଖ୍ୟ ବି·ର ବିଭାଗୀୟ ମାଜିଷ୍ଟ୍ରେଟ ଏକ ହତ୍ୟା ଉଦ୍ୟମ ମାମଲାର ବି·ର କରି ଅଭିଯୁକ୍ତ ଲର୍କିପାଲିର ଦାସ ବାଗକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ଟାଉନ ଥାନା ଚଟିଆପାଲିରେ ଭଡା ଘରେ ରହି ଆସୁଥିବା ପ୍ରମିଳା (ଛଦ୍ମନାମ) ଭୋଇ ନାମ୍ନି ଯୁବତୀ ଅନ୍ୟ ଘରର କାମ କରି ଗୁଜୁରାଣ ମେଣ୍ଟାଉଥିଲା । କନ୍ଧପାଲି ପଡାରୁ ଘର କାମ ସାରି ଫେରୁଥିବା ସମୟରେ କନ୍ଧପାଲିପଡାର ବନ୍ଧଆଡି ଦେଇ ଆସୁଥିଲା । ଏହି ସମୟରେ ଅଭିଯୁକ୍ତ ଦାସ ବାଗ ପୂର୍ବ ଶତୃତାକୁ କେନ୍ଦ୍ର କରି ତାଙ୍କୁ ଜୀବନରେ ମାରିଦେବା ଉଦେ୍ଦଶ୍ୟ ରଖି ଗୋଟିଏ ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ପ୍ରମିଳା ଭୋଇ କାନ, ମୁହଁ, ଶରୀରର ବିଭିନ୍ନ ଅଙ୍ଗରୁ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେ ସମୟରେ ଏହି ଘଟଣା ବଲାଙ୍ଗିର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସରକାରଙ୍କ ତରଫରୁ ଅତିରିକ୍ତ ପିପି ଓଁକାର ନାୟକ ମକଦ୍ଦମା ପରି·ଳନା କରୁଥିଲେ ।