ଜିଲ୍ଲା କିଷାନ କଂଗ୍ରେସର ମଣ୍ଡି ପରିଦର୍ଶନ
ବଲାଙ୍ଗିର: ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟି ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ପୁଇଁନ୍ତଲା ବ୍ଲକର ମହିମୁଣ୍ଡା, ପୁଇଁନ୍ତଲା, ବଇଁରାସର ଆଦି ପେକ୍ସକୁ ପରିଦର୍ଶନ କରିଥିଲେ । ଧାନକିଣା ପ୍ରକ୍ରିୟା, ·ଷୀଙ୍କ ସମସ୍ୟା ସମେତ ଧାନ ମଣ୍ଡିରେ ·ଷୀଙ୍କ ପାଇଁ ରହିଥିବା ସୁବିଧା ଅସୁବିଧା ପରଖିଥିଲେ । ବିନା କଟନି ଛଟନିରେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦିଆଯାଉଥିବା ନେଇ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାରଙ୍କ ଘୋଷଣା ଏହି ପରିଦର୍ଶନରେ ପଦାରେ ପଡି ଯାଇଥିଲା । ·ଷୀଙ୍କ ଧାନକିଣା ପାଇଁ ପର୍ଯ୍ୟାପ୍ତ ପରିମାଣର ଓଜନ, ଏଫ୍ଏକୁ୍ୟ ମେସିନ୍, ଅଖାବସ୍ତା ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମଗୃହ ଦେଖିବାକୁ ମିଳିନଥିଲା । ସେହିପରି ସମସ୍ତ ସମବାୟ ସମିତିର ବିକ୍ରୟ କେନ୍ଦ୍ରରେ କ୍ୱିଣ୍ଟାଲ ପିଛା ୩ ରୁ ୫ କେଜି ଧାନ କଟନିଛଟନି ହେଉଥିବା କମିଟି ଜାଣିବାକୁ ପାଇଥିଲା । ପୁଇଁନ୍ତଲା ସମବାୟ ସମିତିର ଧାନକ୍ରୟ କେନ୍ଦ୍ରରେ ଅଖାବସ୍ତାର ଅଭାବ ନେଇ ·ଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ନେଇ ପେକ୍ସ ସଂପାଦକ ଅମିତ କୁମାର ପଟେଲଙ୍କୁ ପ·ରିବାରୁ ତୁଷୁରାର ଗଣେଷ ରାଇସ୍ ମିଲକୁ ୧୨ହଜାର କ୍ୱିଣ୍ଟାଲ ଧାନ ଟାର୍ଗେଟ ଦିଆଯାଇଛି ସେ ବାବଦକୁ ୨୪ ହଜାର ଅଖାବସ୍ତା ଦେବା କଥା କିନ୍ତୁ ମାତ୍ର ୪ହଜାର ଅଖାବସ୍ତା ପ୍ରଦାନ କରିଥିବାରୁ ଅବ୍ୟବସ୍ଥା ହେଉଥିବା ସ୍ୱୀକାର କରିଥିଲେ । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ଘଟଣାସ୍ଥଳରୁ କମିଟିର ଅଧ୍ୟକ୍ଷ ସାନନ୍ଦ ମିଶ୍ର ପ·ରିବାରୁ ଦିନକ ମଧ୍ୟରେ ଏ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ·ଷୀଙ୍କ ଧାନ କଟନିଛଟନି, ଅଖାବସ୍ତାର ସମସ୍ୟା ଏବଂ ଟୋକନ ସମସ୍ୟାର ସମାଧାନ ଶୀଘ୍ର ନ କରି ·ଷୀଙ୍କୁ ହଇରାଣ ହରକତ କଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ତୀବ୍ରତର ଆନେ୍ଦାଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି କମିଟିରେ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, ପୁଇଁନ୍ତଲା କିଶାନ ସେଲ ସଭାପତି ସରୋଜ ପଧାନ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଗଦାଧର ମହାପାତ୍ର, ଯୁବ ନେତା ହରି ନନ୍ଦ ପ୍ରମୁଖ ସାମିଲ ଥିଲେ ।