ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ
ଜଟଣୀ: ମେଳଣ ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଟଣୀ ସନ୍ନିକଟ ପୁରୀଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ହରିରାଜପୁରର ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମାଣ ଉତ୍ସବ ଆରମ୍ଭ ହୋଇଛି । ବିଧିବିଧାନ ପୂର୍ବକ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସହିତ ବାଳମୁକୁନ୍ଦ ଦେବ ଓ ଗୋପାଳଜୀଉଙ୍କୁ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିର ମୁଖ୍ୟ ଦ୍ୱାର ଦେଇ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା ନାଚର ତାଳେ ତାଳେ ନିଆଯାଇ ମେଳଣ ସ୍ଥଳୀରେ ଖୁଣ୍ଟି ଲାଗି କରାଯାଇଥିଲା । ଏଥି ସହିତ ଆଖପାଖ ଅଞ୍ଚଳରୁ ପ୍ରାୟ ୮୫ ଟି ଠାକୁରଙ୍କ ଦୋଳ ବିମାନ ମଧ୍ୟ ସମାନ ଭାବେ ଖୁଣ୍ଟି ଲାଗି ହୋଇଥିଲେ । ଚଳିତ ବର୍ଷ ଆତସବାଜି ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଲାଗୁ କଟକଣା ମଧ୍ୟରେ ସ୍ଥାନୀୟ ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣାକାର ଓ ମାନସିକ ଧାରୀ ଆତସବାଜି କରିଥିଲେ । ଯାତ୍ରାରେ ବ୍ୟାପକ ଜନସମାଗମକୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟଜଳ, ଗମନାଗମନ, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର, ନିରବିଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ, ଅସ୍ଥାୟୀ ଶୌଚାଳୟ, ସୂଚନା କେନ୍ଦ୍ର ଆଦିର ବନେ୍ଦାବସ୍ତ କରାଯାଇଥିଲା । ହାଇଟେକ ମେଡିକାଲ୍ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି । ଏପ୍ରିଲ୍ ୨୩ ତାରିଖ ରବିବାର ଗୋଧୂଳି ଲଗ୍ନରେ ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପରେ ଏହି ମେଳଣ ଉଦ୍ୟାପିତ ହେବ ।ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ
ାା ପ୍ରଭାନୁ୍ୟଜ ।ା ଜଟଣୀ, ୨୧ା୩: ମେଳଣ ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଟଣୀ ସନ୍ନିକଟ ପୁରୀଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ହରିରାଜପୁରର ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମାଣ ଉତ୍ସବ ଆରମ୍ଭ ହୋଇଛି । ବିଧିବିଧାନ ପୂର୍ବକ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସହିତ ବାଳମୁକୁନ୍ଦ ଦେବ ଓ ଗୋପାଳଜୀଉଙ୍କୁ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିର ମୁଖ୍ୟ ଦ୍ୱାର ଦେଇ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା ନାଚର ତାଳେ ତାଳେ ନିଆଯାଇ ମେଳଣ ସ୍ଥଳୀରେ ଖୁଣ୍ଟି ଲାଗି କରାଯାଇଥିଲା । ଏଥି ସହିତ ଆଖପାଖ ଅଞ୍ଚଳରୁ ପ୍ରାୟ ୮୫ ଟି ଠାକୁରଙ୍କ ଦୋଳ ବିମାନ ମଧ୍ୟ ସମାନ ଭାବେ ଖୁଣ୍ଟି ଲାଗି ହୋଇଥିଲେ । ଚଳିତ ବର୍ଷ ଆତସବାଜି ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଲାଗୁ କଟକଣା ମଧ୍ୟରେ ସ୍ଥାନୀୟ ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣାକାର ଓ ମାନସିକ ଧାରୀ ଆତସବାଜି କରିଥିଲେ । ଯାତ୍ରାରେ ବ୍ୟାପକ ଜନସମାଗମକୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟଜଳ, ଗମନାଗମନ, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର, ନିରବିଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ, ଅସ୍ଥାୟୀ ଶୌଚାଳୟ, ସୂଚନା କେନ୍ଦ୍ର ଆଦିର ବନେ୍ଦାବସ୍ତ କରାଯାଇଥିଲା । ହାଇଟେକ ମେଡିକାଲ୍ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି । ଏପ୍ରିଲ୍ ୨୩ ତାରିଖ ରବିବାର ଗୋଧୂଳି ଲଗ୍ନରେ ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପରେ ଏହି ମେଳଣ ଉଦ୍ୟାପିତ ହେବ ।