ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ଜଟଣୀ : ଜଟଣୀ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ କରୁଣାକର ସାହୁଙ୍କର ତାଙ୍କ ଜଟଣୀ ସ୍ଥିତ ବାସଭବନରେ ୮୬ ବର୍ଷ ବୟସରେ ପରଲୋକ ହୋଇଛି । ଶିକ୍ଷା କ୍ଷେତ୍ରରେ ସେ ଜଟଣୀର ବହୁ ଛାତ୍ରଛାଙ୍କୁ ଶିକ୍ଷା ପ୍ରଦାନ କରି ଛାତ୍ରବତ୍ସଳ ଭାବେ ସୁନାମ ଅର୍ଜନ କରିଥିଲେ । ଶଷ ଶଯ୍ୟା ନିକଟରେ ପୁତ୍ର କମଳ ସାହୁ, କଳିଙ୍ଗ ସାହୁ, ପୁତ୍ରବଧୂ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ଜଟଣୀର ବହୁ ବ୍ୟକ୍ତି, ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ବିଜୁ ଛୋଟରାୟ, ବରିଷ୍ଟ ବ୍ୟବସାୟୀ ରାମବତାର ଅଗ୍ରୱାଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ସୁରେଶ ଝୁନ ଝୁନୱାଲା, ଏମଡି ଉଜିର, ବରିଷ୍ଠ ସମାଜସେବୀ ସୀତାକାନ୍ତ ଶତପଥି, ଶିକ୍ଷକ ଅକ୍ଷୟ ମହାନ୍ତି, ବିମଳ ମହାନ୍ତି, ଜଟଣୀ ଫେଡେରେସନ ସଭାପତି ଅନନ୍ତ ଶତପଥୀ, ଅରୁଣ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।