ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ପ୍ରଚାର, ଅପରାଜିତାଙ୍କୁ କଟାକ୍ଷ
ଖୋର୍ଦ୍ଧା: ଖୋର୍ଦ୍ଧା ଓ ଟାଙ୍ଗିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡାୟାନ ପ୍ର·ର କରିଛନ୍ତି । ଯୋଡିଶଙ୍ଖରେ ଭୋଟଦେଇ ସାସଂଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ଜିତାଇବା ପାଇଁ ଭୋଟଭିକ୍ଷା କରିଛନ୍ତି ।
ବିଜେଡ଼ିର ନିର୍ବାଚନୀ ଇସ୍ତାହାର ସମସ୍ତଙ୍କ ମୁଖରେ ହସ ଫୁଟାଇବା ବୋଲି କହିଥିଲେ । ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରି ଆରମ୍ଭରୁ ସିଧାସଳଖ ବିଜେପି ସାସଂଦଙ୍କ ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ । ନିର୍ବାଚନ ପରେ ନିଜ ଦାୟିତ୍ୱ ଭୁଲିଗଲେ ଅପରାଜିତା ବୋଲି କହିବା ସହ ସାଂସଦ ଷଡଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଇଥିଲେ କାର୍ତ୍ତିକ ପାଣ୍ଡାଆନ । ଅପରାଜିତା ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ । ସେ ·ହିଁଥିଲେ ବହୁ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗଢିଉଠିଥାନ୍ତା । ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ । ସେ ଜିତିବା ପରେ ନିଜ ଦାୟିତ୍ୱ ଭୁଲିଗଲେ । ଭୁବନେଶ୍ୱରରେ ଏକାଧିକ ପ୍ରୋଜେକ୍ଟ ହୋଇପାରିଥାନ୍ତା । ନିର୍ବାଚନ ସମୟରେ ଆସୁଥିବା ବ୍ୟକ୍ତିଙ୍କୁ ଟୁରିଷ୍ଟ ଭିସାରେ ବିଦା କରିବାକୁ କଟାକ୍ଷ କରିଥିଲେ ପାଣ୍ଡିଆନ । ଖୋର୍ଦ୍ଧା ବୀର ପାଇକ ମାଟି । ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ସ୍ୱରୂପ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ·ରିଥର ଚିଠି ଲେଖିଛନ୍ତି । କିନ୍ତୁ ସାସଂଦ ମହୋଦୟା ଥରେ ଟିଏ ବି ଚିଠି ଲେଖି ନାହାନ୍ତି କି ସଂସଦରେ ଏ ପ୍ରସଙ୍ଗ ଉଠାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସବୁ କାମର ହିସାବ ଦିଅନ୍ତି, ସାସଂଦ ଦେଇପାରିବେ ନାହିଁ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଦିନରାତି ଲୋକଙ୍କ ପାଇଁ କାମ କରୁଛନ୍ତି । ଆଗକୁ ବିକାଶଧାରା ଜାରି ରହିବ । ଶିଳ୍ପର ଅଭିବୃଦ୍ଧି ସହ ଶିଳ୍ପାନୁଷ୍ଠାନ ଗଢିଉଠିବ । ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଏବଂ ଖୋର୍ଦ୍ଧା ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ଯୋଡିଶଙ୍ଖରେ ଭଟେ ଦେଇ ଜୟଯୁକ୍ତ କରିବାକୁ କହିଥିଲେ ।