କଳ୍ପତରୁ ଦିବସ ଆୟୋଜିତ
ଖୋର୍ଦ୍ଧା: ଆସନ୍ତା ଜାନୁଆରୀ ୧ ତାରିଖ ଦିନ ଠାକୁର ଶ୍ରୀରାମକୃଷ୍ଣ ପରମହଂସଙ୍କ "କଳ୍ପତରୁ ଉସôବ’ ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳରେ ପାଳିତ ହେବ । ପ୍ରକାଶ ଯୋଗ୍ୟ ୧୮୮୬ ମସିହା ଇଂରାଜୀ ନୂଆବର୍ଷର ପ୍ରଥମ ଦିବସରେ ପ୍ରଭୁ ଭାବାବେଶରେ କଳ୍ପତରୁ ରୂପରେ ଅବତ୍ତୀର୍ଣ୍ଣ ହୋଇ ଉପସ୍ଥିତ ଭକ୍ତଙ୍କ ମନୋବା‚ାପୂରଣ କରିଥିଲେ । ସମସ୍ତଙ୍କର ଚୈତନ୍ୟ ହେଉ ବୋଲି ଆଶୀର୍ବାଦ କରିଥିଲେ । ସେହି ଦିବସର ସ୍ମୃତିରେ ରାମକୃଷ୍ଣ ସଂଘରେ "କଳ୍ପତରୁ ଦିବସ’ ପାଳିତ ହୋଇଆସୁଛି । ଆଶ୍ରମରେ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ଜପ, ଧ୍ୟାନ, ଭଜନ, କୀର୍ତ୍ତନ, ଆଧ୍ୟାତ୍ମିକ ସାଧନା ମଧ୍ୟରେ କଟାଇବା ନିମନ୍ତେ ସପରିବାର ଆପଣ ଉପସ୍ଥିତି ପ୍ରଦାନ କରି ପ୍ରଭୁକୃପା ଲାଭ କରିବା ନିମନ୍ତେ ଆଶ୍ରମର ପକ୍ଷରୁ ଅନୁରୋଧ କରାଯାଇଛି ।