ଧାରଣା ସ୍ଥଳରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି  

 ଖୋର୍ଦ୍ଧା : ଓଡ଼ିଶା ରାଜସ୍ୱ ଅମଲା ସଂଘର ୯ ଦଫା ଦାବି ନେଇ ଆନେ୍ଦାଳନ ଆଜିକୁ ୧୨ ଦିନରେ ପହଞ୍ଚିଛି । ଯାହା ୧୧.୮.୨୦୨୫ରୁ ଆରମ୍ଭ ହୋଇଥିଲା  । ହେଲେ ସରକାରଙ୍କର ବୈମାତୃକ ମନୋଭାବ ଏବଂ ଟାଳଟୁଳ ନୀତି ପାଇଁ ଅମଲା ମାନଙ୍କର ଦାବି ସମ୍ବନ୍ଧୀୟ କୌଣସି ଆଲୋଚନା ପାଇଁ ସରକାର ଡାକି ନଥିବା ଏବଂ  ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ  ନେଉ ନେଉନଥିବା ସଂଘ ସମ୍ପଦକ ଅରୁଣ ମୁଦୁଲି ପ୍ରକାଶ କରିଛନ୍ତି । ତେବେ ନିଜ ଦାବିକୁ ନେଇ ଅମଲା ମାନେ ସମୂହ ଛୁଟିରେ ରହି ଆନ୍ଦୋଳନ କରୁଥିବାରୁ  ଜନ ସାଧାରଣ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଅମଲାଙ୍କ ଅନୁପସ୍ଥିତିରେ ପ୍ରଶାସନ ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ଅସମର୍ଥ ହୋଇଛି । ଓଡ଼ିଶା ରାଜସ୍ୱ ଅମଲା ସଂଘ ଗୋଟେ ଶାନ୍ତିପୂର୍ଣ୍ଣ ସଂଘ ।  ଗତ ୨୦୧୭ ମସିହା ରୁ ସେମାନେ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ସରକାରଙ୍କ ପାଖେ ଉପସ୍ଥାପନା କରିଆସୁଛନ୍ତି  । ଏ ବାବଦକୁ ବହୁ ବାର ଆନେ୍ଦାଳନକୁ ଓହ୍ଲାଇଛନ୍ତି । ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେବା ବ୍ୟତୀତ ଅନ୍ୟ କିଛି ସମାଧାନର ବାଟ ବାହାର କରୁ ନଥିବାରୁ ଅମଲା ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରିଛନ୍ତି । ସରକାର ଅମଲା ସଂଘ ସହିତ କୌଣସି ପ୍ରକାର  ଆଲୋଚନା ନକରି ଅଥଚ ନାଲି ଆଖି ଦେଖେଇବା ସହ ସେମାନଙ୍କ ପ୍ରତି ବୈମାତୃକ ମନୋଭାବର ଝଲକ୍ ଦେଖାଇଛନ୍ତି । ଆଜି ଓଡିଶା ରାଜସ୍ୱ ଅମଲା ସଂଘ ର ରାଜ୍ୟ ସଭାପତି ଶ୍ରୀ ତିରୁପତି ବାଲାଜୀ ସାହୁ, କାର୍ଯ୍ୟ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ ନାୟକ ଏବଂ ରାଜ୍ୟ  ସଂଘ  ଅନ୍ୟ ଦୁଇ ସଦସ୍ୟଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାର ଦୁଇ ଉପବିଭାଜନ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଧାରଣା ସ୍ଥଳରେ ଯୋଗଦେଇ  ବସିଥିବା ରାଜସ୍ୱ ଅମଲା ମାନଙ୍କ ସହ ଦାବି ପୂରଣ ପାଇଁ କେଉଁ  ପ୍ରକାର ରହିବ ଆନେ୍ଦାଳନର ରୂପରେଖ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା ମାଧ୍ୟମରେ ଅବଗତ କରିଛନ୍ତି ।