ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲୁ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ତାଙ୍କୁ ନିକଟସ୍ଥ ପାରସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାକାର ଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସ ଯିବାକୁ ପରାମର୍ଶ ଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସେ ଦିଲ୍ଲୀ ଯିବାକୁ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ହଠାତ ତାଙ୍କୁ ସେଠାରୁ ପାରସ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଲାଲୁଙ୍କ ସହିତ ତାଙ୍କ ପନôୀ ରାବଡୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଅଛନ୍ତି ।
ପରିବାରବର୍ଗଙ୍କ କହିବାନୁସାରେ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦୁଇ ଦିନ ଧରି ଖରାପ ଥିଲା । ହେଲେ ଆଜି ଏହା ଆହୁରି ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ଭାଇରାଲ ହେଉଥିବା ଫଟୋରେ, ସେ ବିଛଣାରେ ଶୋଇଥିବା ଏବଂ ଅମ୍ଳଜାନ ମାସ୍କ ପିନ୍ଧିଥିବା ଦେଖାଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ, ଆରଜେଡି କର୍ମୀ ଏବଂ ସମର୍ଥକମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ଏହା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।