ବିଷ ପିଇ ଜଣେ ମୃତ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ପର୍କନମାଳା ପଞ୍ଚାୟତର ଟେକ ଗୁଡା ଗ୍ରାମରେ ରହୁଥିବା ସୁତ୍ତି ପାଙ୍ଗି କୋଠରୀରେ ବିଷ ପିଇ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଚିକିସôା ନିମନ୍ତେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କ ଚିକିସôା ଜାରୀ ରଖିଥିଲେ । ଶେଷରେ ତାଙ୍କର ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏ ସମ୍ପର୍କରେ ମୃତ ସୁତ୍ତି ପାଙ୍ଗୀଙ୍କ ସ୍ତ୍ରୀ ଆଲାଇ ପାଙ୍ଗି ଆଜି ଓର୍କେଲ ଥାନାରେ ପହଁଞ୍ଚି ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି । ଉକ୍ତ ଏତଲାକୁ ଭିତ୍ତି କରି ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି । ତେବେ ହଠାତ  ସେ କେଉଁ କାରଣରୁ ବିଷ ପିଇଲେ ତାହା ଜଣା ପଡ଼ିନାହିଁ । ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।