ଗୁରୁକୁଳରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡ଼ା 

 କେନ୍ଦ୍ରାପଡା: କେନ୍ଦ୍ରାପଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୁଳ ଆବାସିକ ଶିକ୍ଷା ନିକେତନରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି । କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ତଥା ଗୁରୁକୁଳ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ  ନିଦେ୍ର୍ଦଶକ ଅଭିମନୁ୍ୟ ଗୋଛାୟତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସ୍ଥାନୀୟ ବାଲିଯାତ୍ରା ପଡିଆରେ ୧୫ତମ ବାର୍ଷିକ କ୍ରୀଡାରେ ଦୌଡ, ସୂର୍ଯ୍ୟନମସ୍କାର, ଗୋଳାଫିଙ୍ଗା, ପୁଚି, ୌଡ଼ିଡିଆଁ, ବାଧା ଦୌଡ, କୁହୁକ ଖେଳ, ନୃତ୍ୟ ଭଳି ପ୍ରାୟ ୪୫ଟି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୁରୁକୁଳ ପରିସରରେ ନିଦେ୍ର୍ଦଶକ ଶ୍ରୀ ଗୋଛାୟତଙ୍କ ସମେତ ବିଚିତ୍ର ମଲ୍ଲିକ, ଶିକ୍ଷକ ଖଗେଶ ଚନ୍ଦ୍ର କର, ଜ୍ୟୋତିର୍ମୟ କର, ବରାହ ଚନ୍ଦ୍ର ଦାସ, ବଳରାମ ବେହେରା, ତପନ ଦଳାଇ, ବନଜା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।