ତୃତୀୟ ଦିନରେ ରାଜସ୍ୱ ଅମଲା ସଂଘର ଧାରଣା

 କେନ୍ଦ୍ରାପଡ଼ା : ରାଜ୍ୟ ରାଜସ୍ୱ ଅମଲା ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ରାଜସ୍ୱ ଅମଲା ସଂଘର ଆନେ୍ଦାଳନ ତୃତୀୟ ଦିନରେ ପହଁଚିଛି । ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅମଲା ଏହି କାର୍ଯ୍ୟବନ୍ଦ ଆନେ୍ଦାଳନରେ ଯୋଗଦେବା ସହ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା କାର୍ଯ୍ୟାଳୟ ସମେତ ସମସ୍ତ କାର୍ଯ୍ୟାଳୟର ଅମଲା ମାନେ ଧାରଣା ରେ ଯୋଗ ଦେଇଥିବାରୁ କୈ÷ାଣସି ଅଫିସ କାର୍ଯ୍ୟ ହୋଇପାରୁ ନାହିଁ । ଦୂର ଦୂରାନ୍ତରୁ ଆସୁଥିବା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହ ସମସ୍ତ ସରାକରୀ କାର୍ଯ୍ୟ ଠପ୍ ହେଇଯାଇଛି । ୧୦ ଦଫା ଦାବିକୁ ନେଇ କରାଯାଇ ଥିବା ଏହି ଆନେ୍ଦାଳନ ଓ ଧାରଣା ଯୋଗୁଁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ କୈାଣସି ସରକାରୀ କାର୍ଯ୍ୟ ହୋଇପାରୁ ନାହିଁ । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।