ହାଇୱା ଜବତ; ଡ୍ରାଇଭର କୋର୍ଟଚାଲାଣ

ହାଇୱା ଜବତ; ଡ୍ରାଇଭର କୋର୍ଟଚାଲାଣ

ବ୍ରହ୍ମବରଦା: ରସୁଲପୁର ତହସିଲ ଅଧିନ ବ୍ରାହ୍ମଣୀ ନଦୀପଠା ଏବେ ଚୋରା ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ପୁଲିସ ଏକ ଚୋରା ବାଲି ବୋଝେଇ ହାଇୱାକୁ ଜବତ କରିଛି । ଜବତ ହାଇୱା ଓଡି୦୪ଏନ- ୨୫୩୩ ହୋଇଥିବା ବେଳେ ସମ୍ପୃକ୍ତ ହାଇୱାର ଡ୍ରାଇଭର କୁଆଖିଆ ଥାନା ଅଧିନ ନରସିଂହପୁର ଗ୍ରାମର ରଞ୍ଜନ ସାହୁ(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଖବରରୁ ପ୍ରକାଶଯେ ଉକ୍ତ ହାଇୱାଟି ଏକ ବେଆଇନ ବାଲି ଘାଟରୁ ବାଲି ବୋଝେଇ କରି ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ବ୍ରହ୍ମବରଦା ମାଛ ମାର୍କେଟ ନିକଟରେ ବ୍ରହ୍ମବରଦା ପୁଲିସ ହାବୁଡରେ ଧରା ପଡିଥିଲା । ଡ୍ରାଇଭର ଜଣକ ନିକଟରେ ଚାଲାଣ ହେଉଥିବା ବାଲିର ଆବଶ୍ୟକ କାଗଜପତ୍ର ନ ଥିବାରୁ ପୁଲିସ ଉକ୍ତ ହାଇୱା ଓ ଚାଳକକୁ ଗିରଫ କରି ଥାନାକୁ ଆଣିଥିଲା । ଏନେଇପୁଲିସ କେସ ନଂ ୬୦/୨୫ ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଡ୍ରାଇଭରକୁ ରବିବାର କୋର୍ଟ ଚାଲାଣ କରିଥିବା ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।