ଶ୍ରୀରାମଙ୍କ ରଥ ଶୋଭାଯାତ୍ରା

 ସୁକିନ୍ଦା : ଶ୍ରୀରାମ ସେନା ପକ୍ଷରୁ ପ୍ରଭୁ ରାମଲାଲାଙ୍କ ରଥ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶୋଭାଯାତ୍ରାରେ ପ୍ରଭୁ ରାମଲାଲାଙ୍କ ଫଟୋ ଥିବା ସୁସଜ୍ଜିତ ରଥକୁ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ସ୍ଥାନରେ ଗ୍ରାମର ମହିଳା ମାନେ ଆଳତୀ କରି ରାମରଥକୁ ଭବ୍ୟ ସ୍ୱାଗତ କରିଥିଲେ । ଶୋଭାଯାତ୍ରା ସୁକିନ୍ଦାଗଡ ରାମ ମନ୍ଦିରରୁ ବାହାରି ଗଡ ପରିକ୍ରମା ସାରି ଫେରିଥିଲା । କାର୍ଯ୍ୟକ୍ରମରେ ବିଜେପି ନେତା ରମଣୀରଞ୍ଜନ ବଳସାମନ୍ତ, ଜିଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ, ଜିଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ମୃତ୍ୟୁଞ୍ଜୟ ଦେଓ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଧିକ କାର୍ଯ୍ୟକର୍ତା, ଶତାଧିକ ରାମ ଭକ୍ତ, କୀର୍ତନ ମଣ୍ଡଳୀ ସହ ଯୋଗଦେଇ ଶ୍ରୀରାମଙ୍କ ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା ।