ଜଳିଗଲା ବାଇକ; ଆରୋହୀ ଗୁରୁତର

ପାଣିକୋଇଲି : ରବିବାର ଦିନ ୧୧ଟାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ବାଇକରେ ନିଆଁ ଲାଗି ଜଳିଯାଇଥିବା ବେଳେ ବାଇକ ଆରୋହୀ ଗୁରୁତର ଭାବେ ଭୁବନେଶ୍ୱର ଏମ୍ସ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ହାଟସାହି ଗ୍ରାମର କୁଶିଆ ରଣାଙ୍କ ପୁଅ ଭରତ (୨୫)ବାଇକରେ ପାଣିକୋଇଲିରୁ ନିଜ ଗ୍ରାମକୁ ଯାଉଥିବା ବେଳେ କୈାଣସି କାରଣରୁ ବାଇକର ଚକା ସ୍ଲିପ କରିଯିବାରୁ ବାଇକଟି ତଳେ ପଡ଼ି କିଛି ବାଟ ଘୋଷାଡ଼ି ହୋଇଯାଇଥିଲା । ଫଳରେ ପେଟ୍ରୋଲ ଢାଳି ହୋଇଯାଇ ବାଇକଟିରେ ନିଆାଁ ଲାଗି ଯାଇଥିଲା । ତେବେ ଭରତ ବାଇକଟିରୁ ଛିଟିକି ପଡ଼ିଥିବା ବେଳେ ମଧ୍ୟ ପେଟ୍ରୋଲ ଢାଳି ହୋଇ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ଖବରପାଇ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନେ ଓ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଁଚି ଭରତଙ୍କୁ ସ୍ଥାନୀୟ ଏକ ବେସରକାରୀ ଡ଼ାକରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଭୂବନେଶ୍ୱରସ୍ଥିତ ଏମ୍ସଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ଘଟଣାସ୍ଥଳେ କୁଆଖିଆ ଦମକଳ ବାହିନ୍ୀ ପହଁଚି ନିଆାଁ ଲିଭାଇଥିଲେ । କିନ୍ତୁ ସେତେ ବେଳକୁ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।