ସର୍ଭିର୍ସ ରୋଡ଼ ପାଲଟିଛି ପାର୍କିଂ ୟାର୍ଡ଼
ପାଣିକୋଇଲି,: ସର୍ଭିସ ରୋଡ଼ ପାଲଟିଛି ପାର୍କିଂୟାର୍ଡ଼ । ଆମେ କହୁଛୁ ପାଣିକୋଇଲି ଛକର କଥା । ୧୬ ଏବଂ ୨୦ ନଂ ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ପାଣିକୋଇଲି । ଦୁଇଟି ରାଜପଥର ସଂଯୋଗସ୍ତଳ ପାଣିକୋଇଲିରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସଂଜ ହେଉ କି ସକାଳ ସବୁ ବେଳେ ଜାମ ରହୁଛି । ପାଣିକୋଇଲି ଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଛାଡ଼ି ଦେଲେ ସର୍ଭିସ ରୋଡ଼ ରହିଛି । ଯେଉଁ ରୋଡ଼ ମୁଖ୍ୟ ରାସ୍ତାକୁ ଯୋଗ କରୁଥିବାରୁ ଭାରୀଯାନ ଗୁଡ଼ିକ ପାର୍କିଂୟାର୍ଡ଼ କରି ଦେଉଛନ୍ତି । ଯାହା ଫଳରେ ଯାତ୍ରୀବାହୀ ବସ ସମେତ ଛୋଟ ଗାଡ଼ି ଗୁଡ଼ିକ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ୧୬ନମ୍ବର ରାଜପଥର ପୁରୁଣା ଟୋଲଗେଟ ଠାରୁ ଓଭରବ୍ରଜିଜ ଆରମ୍ଭ ପର୍ଯ୍ୟନ୍ତ ସ୍ଥାନୀୟ ଜନସାଧାରଣ, ବାଇକ ଓ ଆରୋହହୀ ଓ ସ୍କୁଲ କଲେଜକୁ ଯିବା ଆସିବା କରୁଥବା ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ନିର୍ମାଣ ହୋଇଥିବା ସର୍ଭିସ ରୋଡ଼ଟି ଏବେ ଗ୍ୟାରେଜ ଓ ଟ୍ରକ ମାଲିକ ମାନଙ୍କ ପାର୍କିଂ ୟାର୍ଡ଼ ପାଲଟିଛି । ସର୍ଭିସ ରୋଡ଼ଟି ଉପରେ ଗୋଳେଇପୁର ପଞ୍ଚାୟତର ହାଟସାହି, ସୋତି, ଖାନ୍ଦରାପୁର, ବାଟୁଳ ସମେତ ପାଣିକୋଇଲି ପଂଚାୟତର କାଙ୍କଲାପାଟଣା, ମଣିପୁର, ଦାମୋଦରପୁର ଗ୍ରାମର ଗ୍ରାମବାସୀଙ୍କ ସମେତ ଉକ୍ତ ଗ୍ରାମ ଗୁଡ଼ିକର ଛାତ୍ରଛାତ୍ରୀ ପ୍ରତିଦିନ ପାଠ ପଡିବା ଲାଗି ଯାଇଥାନ୍ତି । ତେବେ ଗାଡ଼ି ମାଲିକ ଓ ଗ୍ୟାରୋଜ ମାଲିକଙ୍କ କବଜାରେ ଥିବା ଉକ୍ତ ସର୍ଭିସ ରୋଡ଼ଟି ଅଧିକାଂଶ ସମୟରେ ଟ୍ରକ ଗୁଡ଼ିକ ଲାଗି ରାସ୍ତା ଜାମ ହୋଇଯାଇଥାଏ । ବୁଧବାର ଅପରାହ୍ନରେ ଏକ ହାଇୱା ଓଡ଼ି୩୪ସି-୧୪୧୫ର ଆଗଚକ ସର୍ଭିସରୋଡ଼ ନିକଟରେ ଥିବା ଡ଼୍ରେନ ଭିତରେ ଫସି ଯିବା ଫଳରେ ଉକ୍ତ ରାସ୍ତାଟି ଜାମ ହୋଇଯାଇଥିଲା । ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ତେବେ ଏଦିଗରେ ବାରମ୍ବର ଅଭିଯୋଗ ସତ୍ୱେ ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ । ଫଳରେ ଜନସାଧାଣ ନାହି ନଥିବା ଅସୁବିଧାର ଶୀକାର ହେଉଛନ୍ତି । ଏନେଇ ଉଭୟ ବିଭାଗ ପଦକ୍ଷେପ ନେବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।