ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର ସିଂହ; ବୁଧବାର ହାଜର ହୋଇପାରନ୍ତି ବିଷ୍ଠୁପଦ

ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା
ଭୁବନେଶ୍ୱର, ୧୭ା୧୨ : ସିବିଆଇ ରେଡ୍ ବେଳେ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା । ସିବିଆଇରେ ଜଣକ ପରେ ଜଣେ ହାଜର ହେବାରେ ଲାଗିଛନ୍ତି । ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଏମ୍ ଭୂପେନ୍ଦ୍ର କୁମାର ସିଂହ । ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଭୂପେନ୍ଦ୍ର କୁମାର ସିଂହଙ୍କୁ ସିବିଆଇ ଅଫିସରେ ଗୁଡାଇ ତୁଡାଇ ଜେରା କରୁଛି । ଅନ୍ୟପଟେ ବୁଧବାର ଦିନ ୧୨ଟାରେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହୋଇପାରନ୍ତି ଆଇଏଏସ ବିଷ୍ଠୁପଦ ସେଠୀ । ସେପଟେ ସୋମବାର ସକାଳେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ୩ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ନେଇ ପଚରାଉଚରା କରିଛି ସିବିଆଇ । ପୂର୍ବରୁ ଏହି ଘଟଣାରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍ଫ୍ରା କମ୍ପାନୀର ଏମ୍ଡି ଦେବଦତ୍ତ ମହାପାତ୍ର, ଠିକାଦାର ସନ୍ତୋଷ ମହାରଣା ଗିରଫ ହୋଇଛନ୍ତି  । ରିମାଣ୍ଡ ସରିବା ପରେ ଜେଲ୍ ଯାଇଛନ୍ତି ଗିରଫ ୩ ଅଭିଯୁକ୍ତ  । ଜାମିନ୍ ଆବେଦନ ସମ୍ପର୍କୀତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି କୋର୍ଟ  । ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । ଅନ୍ୟପଟେ  ଆଇଏଏସ ବିଷ୍ଠୁପଦ ସେଠୀ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ହେବାକୁ ଚିଠି ଲେଖିଥିବା ବେଳେ, ବୁଧବାର ଦିନ ୧୨ଟା ବେଳେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।
 ସୂଚନାଯୋଗ୍ୟ ଯେ, ଟେଣ୍ଡର ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ତିନି ଅଭିଯୁକ୍ତ  ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍ଫ୍ରା କମ୍ପାନୀର ଏମ୍ଡି ଦେବଦତ୍ତ ମହାପାତ୍ର ଏବଂ ଠିକାଦାର ସନ୍ତୋଷ ମହାରଣାଙ୍କୁ ପ୍ରଥମେ ୩ ଦିନ ଓ ପରେ ୫ ଦିନ ରିମାଣ୍ଡରେ ନେଇ ଗୁଡାଇ ତୁଡାଇ ଜେରା କରିଥିଲା  ସିବିଆଇ  । ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ପକ୍ଷରୁ ହୋଇଥିବା ଜାମିନ୍ ଆବେନକୁ କୋର୍ଟ ସ୍ଥଗିତ ରଖିବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି  । ଆସନ୍ତା ୨୮ ତାରିଖରେ ପୁଣି ଥରେ ସେମାନଙ୍କ ଜାମିନ୍ର ଶୁଣାଣି ହେବ  । ଅନ୍ୟପଟେ ଏହି ମାମଲାରେ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗତ ୧୧ ତାରିଖରୁ ସିବିଆଇ ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି  । ତେବେ ଗତ ୪ ତାରିଖରେ ବ୍ରିଜ୍ ଆଣ୍ଡ ରୁଫ୍ର ଜିଏମ୍ ଓ ଜିଜିଏମ୍ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଲେଖିଥିବା ଚିଠି ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ୪ ତାରିଖରେ ଏମାନେ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ଆଉ ୭ ତାରିଖରେ ସିବିଆଇ କର୍ପୋରେସନର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରିଥିଲା । ସୋମବାର ଯୁଗ୍ମ ନିଦେ୍ର୍ଦଶକ ରାଜେଶ ପ୍ରଧାନ ସିବିଆଇରେ ପହଞ୍ଚି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି  ।