ଡିଜିପି ସମ୍ମିଳନୀରେ ଆତଙ୍କୀ ମେଲ ଘଟଣା
ମେଲ ଟି କାନାଡାରୁ ଆସିଥିବା ସ୍ପଷ୍ଟ; ନାହିଁ ଓଡ଼ିଶାର ଲିଙ୍କ୍
ଭୁବନେଶ୍ୱର, ୧୦ା୧୨ : ଡିଜିପି ସମ୍ମିଳନୀ ବେଳେ ଆସିଥିବା ଆତଙ୍କୀ ମେଲ ଘଟଣା । ମେଲ ଟି କାନାଡାରୁ ଆସିଥିବା ସ୍ପଷ୍ଟ । ଏହି ଆତଙ୍କୀ ମେଲ ଓ ଅଡିଓ ରେକର୍ଡ ପଛରେ ଓଡ଼ିଶାର କାହାର ନାହିଁ ଲିଙ୍କ । ସୂଚନା ଦେଲା କ୍ରାଇମବ୍ରାଞ୍ଚ୍ ।
ସୂଚନା ଯୋଗ୍ୟଯେ, ଡିଜିପି ସମ୍ମିଳନୀ ସମୟରେ ଆସିଥିବା ଆତଙ୍କୀ ମେଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏହି ମେଲ କାନାଡାରୁ ଆସିଥିଲା ବୋଲି ସ୍ପଷ୍ଟ ହୋଇଛି । ଆଇପି ଆଡରେସ ଯାଞ୍ଚ୍ ବେଳେ ଏ ସମ୍ପର୍କରେ ସୂଚନା ମିଳିଛି । ଆସିଥିବା ଧମକପୂର୍ଣ୍ଣ ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି । ଏହାକୁ ଇଣ୍ଟରନେଟ୍ ଆପ୍ ଜରିଆରେ ପ୍ରସ୍ତୁତ କରାଯାଇଥିଲା । ଧମକପୂର୍ଣ୍ଣ ମେଲ ଆସିଥିବା ଆଇଡୀ ଦୁଇ ଦିନ ପୂର୍ବରୁ ଖୋଲାଯାଇଥିଲା । ତେବେ ଏହି ଆତଙ୍କୀ ମେଲ ଓ ଅଡିଓ ରେକର୍ଡ ପଛରେ ଓଡ଼ିଶାର କାହାର ଲିଙ୍କ ନାହିଁ । ଏନେଇ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି । ପୁଲିସ ଡିଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କବାଦୀ ପନୁର ମେଲ୍ ଆସିଥିଲା । ଭୁବନେଶ୍ୱର ବିମାନ ବନ୍ଦର ନ ଯିବାକୁ ମେଲରେ ଧମକ ଦିଆଯାଇଥିଲା । ଏହା ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍କୁ ଦିଆଯାଇଥିଲା । ତଦନ୍ତ ପରେ କ୍ରାଇମବ୍ରାଞ୍ଚ୍ ସୁତ୍ରରୁ ଆଜି ସୂଚନା ମିଳିଛି । ଗତ ନଭେମ୍ବର ୨୯ ଏବଂ ଡିସେମ୍ବର ୧ ତାରିଖରେ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ କରାଯାଇଥିଲା ।