ହାତୀ ଆକ୍ରମଣରେ ଯୁବକ ମୃତ
ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ଗ୍ରାମପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର୍ ଗ୍ରାମର ରାଜେନ୍ଦ୍ର କୁମାର ଜେନାଙ୍କ ପୁଅ ହେମନ୍ତ କୁମାର ଜେନା (୫୧) ଗତ କାଲି ରାତିରେ ଏକ ଦନ୍ତା ହାତୀ ତାଙ୍କ ଚାଷ ଜମିରେ ଫସଲ ନଷ୍ଟ କରୁଥିବା ବେଳେ ହେମନ୍ତ ହାତୀକୁ ଘୋଡ଼ାଉଥିବା ସମୟରେ ଉକ୍ତ ଜମିରେ ତାଙ୍କ ଗୋଡ଼ ପଶିଯିବାରୁ ସେ ତଳେ ପଡିଯାଇଥିବା ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ହେମନ୍ତଙ୍କୁ ଅମରଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ ଶରୀରକୁ ଶବ ବ୍ୟବଛେଦ ପାଇଁ ବାରିପଦା ମୁଖ୍ୟ ଚିକିସôାଳୟକୁ ନିଆଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।
ସୂଚନା ଥାଉକି ଗତ କିଛି ଦିନ ଧରି ୨୩ ଟିକିଆ ହାତୀପଲ ଝାଟିଅଡ଼ା ଓ ଅମରଦା ଗ୍ରାମପଞ୍ଚାୟତରେ ଚାଷ ଜମି ନଷ୍ଟ ଓ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ବନବିଭାଗ ଉକ୍ତ ହାତୀ ପଲକୁ ଘୋଡାଇବାରେ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।