ବିଡି ପାଇଁ ହତ୍ୟା, ୨ଗିରଫ
ଭଦ୍ରକ : ସାମାନ୍ୟ ବିଡି ପାଇଁ ହୋଇଛି ହତ୍ୟା । ଆକ୍ରମଣ କାରି ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାବରଙ୍ଗ ଥାନା ପୁଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଇଚ୍ଛାପୁର ଅଞ୍ଚଳର ଭବାନୀବିନ୍ଧା ଗ୍ରାମରେ । ଚଳିତ ମାସ ୯ ତାରିଖରେ ଇଚ୍ଛାପୁର ଛକ ନିକଟରେ ସାମାନ୍ୟ ବଚସାକୁ ନେଇ ଭବାନୀବିନ୍ଧା ଗ୍ରାମର ଗୋଲକ ମଣ୍ଡଳଙ୍କୁ ବ୍ରହ୍ମପୁର ଗ୍ରାମର ରୁଗା ଅରଖ ଓ ବାଘ ଅରଖ ଲୁହା ରଡ଼ ରେ ପ୍ରବଳ ପିଟାପିଟି କରିଥିଲେ । ପରେ ଗୋଲକଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥଲା । ପରେ ଯନ୍ତ୍ରଣା ଅଧିକ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ପୁଣି ଗତ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ଭଦ୍ରକ ମେଡିକାଲରେ ପୁନର୍ବାର ଭର୍ତ୍ତି କଲା ପରେ ଛାତି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ପରେ ଯନ୍ତ୍ରଣାରେ ଗୋଲକଙ୍କ ମୃତୁ୍ୟ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ସାବରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି ସଦର ଏସ୍ଡ଼ିପିଓ ।