ହେରୋଇନ ଜବତ, ୨ ଗିରଫ
ବାଲିଅନ୍ତା : ପାହାଳ ଥାନା ଅନ୍ତର୍ଗତ ହଂସପାଳ ଛକରୁ ଆଜି ମଧ୍ୟାହ୍ନ ସମୟରେ ବାଲିଅନ୍ତା ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୫୩ ଗ୍ରାମର ହେରୋଇନ ଜବତ କରିଛି । ଅବକାରୀ ଥାନା ଅଧିକାରୀ ନବସ୍ମିତା ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଅତିରିକ୍ତ ଅବକାରୀ ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ଗୁରୁ, ଏଏସ୍ଆଇ ଉର୍ମିଷ୍ଠା ସାମନ୍ତ ସିଂହାର, ହାବିଲଦାର ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଝାରପଡ଼ା ଅଞ୍ଚଳର ବାବୁ ଖାଁ, ପ୍ରତାପ ସାମଲ ୨ ଯୁବକଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୫୩ ଗ୍ରାମ ହେରୋଇନ ସମେତ ଏକ ସ୍କୁଟି ଗାଡ଼ି ଜବତ କରିଛି ଅବକାରୀ ଟିମ୍ ।