ଏମ୍ସିଏଲ୍ ପକ୍ଷରୁ ସେବା ଓ ସହାୟତା ସଚେତନତା କାର୍ଯ୍ୟକ୍ରମ
ତାଳଚେର: ଏମସିଏଲ୍ ତରଫରୁ ଜଗନ୍ନାଥ ନୋଡାଲ୍ କ୍ଷେତ୍ର ମହିଳା କର୍ମଚାରୀଙ୍କୁ ପ୍ରାଥମିକ ଚିକିସôା, ସେବା, ସହାୟତାର ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟାଳୟ ସ୍ଥିତ ସଭାଘରଠାରେ ଅନୁଷ୍ଠିତ ହୋଇଥିଲା । କେବଳ ମହିଳାଙ୍କୁ ଜାଗ୍ରତ ଓ ସଶକ୍ତ କରିବା ନିମନ୍ତେ ପ୍ରାଥମିକ ଚିକିସôା ସମ୍ପର୍କରେ ସଚେତନତା କରିବା ପାଇଁ ମହିଳା କର୍ମଚାରୀଙ୍କୁ ନେଇ ସିପିଆର, ଇଲେକ୍ଟ୍ରିସକ୍, ବ୍ଲିଡିଂ, ହେଡ୍ ଇଞ୍ଜୁ୍ୟରୀ, ସ୍ନେକ୍ ବାଇଟ୍, ପଏଜନ୍ ଇତ୍ୟାଦି ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ଏରିଆର ମହାପ୍ରବନ୍ଧକ ଓ ଏମସିଏଲ ଆମ୍ବୁଲାନସ୍ ଡିଭିଜନ୍ର ଅଧ୍ୟକ୍ଷ ଅଶୋକ କୁମାର ଧଳ, ଏସ୍ଓ ମାଇନିଂ ପ୍ରଶାନ୍ତ କୁମାର ମିଶ୍ର, ଉପମହାପ୍ରବନ୍ଧକ ଦିବାକର ମାଝୀ, ଏରିଆ ମେଡିକାଲ୍ ଅଫିସର ଶଶିଧର ପ୍ରସାଦ, ସାମୁହିକ ବୃତିଗତ ଅଧିକାରୀ ବସନ୍ତ କୁମାର ବରାଳ, ଶ୍ରମିକ ନେତା ବିନୟ କୁମାର ସାହୁ ଯୋଗଦେଇ ଉସôାହିତ କରିଥିଲେ । ସେଣ୍ଟ ଜନ୍ ଆମ୍ବୁଲାନ୍ସର ଜିଲ୍ଲା ଅବୈତନିକ ଯୁଗ୍ମ ସମ୍ପାଦକ ତଥା ଡିଭିଜନ୍ କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନିଲ୍ କୁମାର ଥମ୍ବ, ବର୍ଷାରାଣୀ ପ୍ରଦାନ, ବିଷ୍ଣୁପ୍ରିୟା ଜ୍ୟୋତିଷ, ଅଶ୍ୱିନୀ ମହାନ୍ତି, ଟିକେଶ୍ୱରୀ ଭୁକ୍ତା ଓ ଡଲି ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।