ରାସ୍ତା ନିର୍ମାଣ ଶିଳାନ୍ୟାସକୁ ନେଇ ଥମୁନି ବିବାଦ

ରାସ୍ତା ନିର୍ମାଣ ଶିଳାନ୍ୟାସକୁ ନେଇ ଥମୁନି ବିବାଦ

ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ମାଇନର କେନାଲର ମାଳଦା କଣ୍ଟାଘର ଛକ ଠାରୁ ତିଆଡିସାହିକୁ ସଂଯୋଗକାରୀ କେନାଲ ରାସ୍ତା ନିର୍ମାଣ ଶିଳାନ୍ୟାସକୁ ବିବାଦ ଥମୁନି । ରବିବାର ହୋଇଥିବା ଶିଳାନ୍ୟାସରେ ଜଳସମ୍ପଦ ବିଭାଗର କାର୍ଯ୍ୟ ବୋଲି ସୂଚୀତ ହୋଇଛି । ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ହୋଇଥିବା ଏହି ଶିଳାନ୍ୟାସରେ ବିଭାଗ ପକ୍ଷରୁ କୌଣସି ଯନ୍ତ୍ରୀ ବା କର୍ମଚାରୀ ଉପସ୍ଥିତ ନରହିବା ଦ୍ୱାରା କେତେକ ମହଲରେ ସନେ୍ଦହ ପ୍ରକାଶ ପାଇଥିଲା । ଧାମନଗର ଜଳସମ୍ପଦ କନିଷ୍ଠ ଯନ୍ତ୍ରୀ କିଶୋର ଦାସ ପ୍ରକଳ୍ପ ସମ୍ପର୍କରେ କିଛି ଜାଣିନଥିବା ବା ବିଭାଗ ଦ୍ୱାରା ଶିଳାନ୍ୟାସ ଉସôବ ଆୟୋଜିତ ହୋଇନଥିବା ସୂଚନା ଦେବା ପରେ ପ୍ରକଳ୍ପର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଶିଳାନ୍ୟାସ ଉସôବର ସଂଯୋଜକ ଯୁବନେତା ପ୍ରତୁ୍ୟଷ ସାମଲ ମଙ୍ଗଳବାର ପ୍ରକଳ୍ପ ସଙ୍କ୍ରାନ୍ତିୟ ଦସ୍ତାବିଜ ଜାରି କରିବା ପରେ ସଂପୃକ୍ତ ଯନ୍ତ୍ରୀ ମତ ବଦଳାଇ ଥିଲେ । ମାତ୍ର ୧୫ ଦିନ ପୂର୍ବେ ବିଭାଗ ଦାୟିତ୍ୱ ଗ୍ରହଣ କରିଥିବା ଓ ପୂର୍ବ ଯନ୍ତ୍ରୀ ସମ୍ପୁର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବା ସହ ଆଗାମୀ ୨ ଦିନ ମଧ୍ୟରେ ପ୍ରକଳ୍ପ ସ୍ଥାନକୁ ଯାଇ ସ୍ପଷ୍ଟ କରିବେ ବୋଲି କହିଛନ୍ତି । ପୁନଶ୍ଚ ପ୍ରାପ୍ତ ପ୍ରକଳ୍ପ କାଗଜାତରେ ଚତୁର୍ଭୁଜପୁର ମାଇନର କେନାଲରୁ ତ୍ରିପାଠୀସାହି ପୁନରୁଦ୍ଧାର ପାଇଁ ୨୪ ଲକ୍ଷ ୬୨ ହଜାର ୨୩୮ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଦର୍ଶାଯାଇଛି । ମାତ୍ର ଶିଳାନ୍ୟାସ ଫଳକରେ ଏହି କେନାଲର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ବୋଲି ଉଲ୍ଲେଖ ରହିଛି । ହେଲେ ରାସ୍ତା ନିର୍ମାଣ କି କେନାଲ ପୁନରୁଦ୍ଧାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଯନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖି ଜନସାଧାରଣଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ ଦୂର କରିବାକୁ ଦାବି ହୋଇଛି  ।