ଦୋକାନ ଘର ତାଲା ଭାଙ୍ଗି ଚୋରି

 ଚିଲିକା: ଦୁଇମାସ ହେବ ନୂଆ କରି ଏକ ଭେରାଇଟି ଦୋକାନରୁ ଦୁର୍ବୁତ୍ତମାନେ ତାଲା ଭାଙ୍ଗି କମ୍ପୁଟର ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବାଣପୁର ଥାନା ଅନ୍ତର୍ଗତ ଅଚୁ୍ୟତ ରାଜପୁର ଛକରେ ଶ୍ରୀକୃଷ୍ଣ ସ୍ୱରୂପ ବେଦମତା ନୂତନକରି ଦୁଇଟି ଦୋକାନ ଭଡା ସୂତ୍ରରେ ନେଇ ଏକ ଭେରାଇଟି ଷ୍ଟୋର ଖୋଲିଥିଲେ । ସବୁଦିନ ଭଳି ଦୋକାନ ବନ୍ଦ କରି ଗତକାଲି ଘରକୁ ଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ଦୁଇଟି ଯାକ ଦୋକାନର ତାଲା ଭାଙ୍ଗି କମ୍ପୁଟର, ଜେରକ୍ସ ମେସିନ, ଲାମିନେଟର ସହ ନଗଦ ୧୧ ହଜାର ଟଙ୍କା ଲୁଟି ନେଇ ଯାଇଥିଲେ । ସକାଳୁ ଶ୍ରୀକୃଷ୍ଣ ଦୋକାନ ଖୋଲିବାକୁ ଆସି ତାଲା ଭଙ୍ଗା ହୋଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ । ବାଣପୁର ପୁଲିସ ପହଞ୍ଚô ତଦନ୍ତ ଜାରି ରଖିଛି ।