ଧନେଶ୍ୱର ପାଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ  

ତିହିଡି: ସିନେ୍ଦାଳ ପଞ୍ଚାୟତର ରାଜନେତା ଧନେଶ୍ୱର ପାଣିଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧନେଶ୍ୱର ପାଣି ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସଭାରେ ପରିଷଦ ସଭାପତି ରବିନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ, କବି ରବି ମହାନ୍ତି ସଞ୍ଚାଳନ କରିଥିଲେ । ସଭାରେ ସ୍ୱାମୀ ଭୈରବାନନ୍ଦ ସରସ୍ୱତୀ ମହାରାଜ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ଅଧିବକ୍ତା କିରଣ ରାଉତ, ପୂର୍ବତନ ବିଧାୟକ ବିଜୟ ନାୟକ, ରାଜେନ୍ଦ୍ର ଦାସ, ସରପଞ୍ଚ ସୁପ୍ରଭା ପାଣି, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, କବି ଦୀନବନ୍ଧୁ ପତି, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ଇଂ. ଅଭୟ ସୂତାର, ପୂର୍ବତନ ସରପଞ୍ଚ ବସନ୍ତ ନାୟକ, ଶିକ୍ଷାବିତ୍ ପ୍ରସନ୍ନ ପାଢ଼ୀ, ସମାଜସେବୀ ହରିହର ଲେଙ୍କା, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଧନେଶ୍ୱର ଖଟୁଆ, ପାଲାଗାୟକ ଗଣେଶ ପ୍ରସାଦ ଦାସ, ଆଇନଜୀବୀ ରଂଜନ ମିଶ୍ର, ସୂର୍ଯ୍ୟରଂଜନ ମିଶ୍ର, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, କବି ଗୋଲକ ପ୍ରସାଦ ବୈୟାରୀ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ପ୍ରଫୁଲ ପାଢ଼ୀ, ସଂଗ୍ରାମ ମହାନ୍ତି, କୃପାସିନ୍ଧୁ ମହାନ୍ତି, ଭଗବାନ ପାଢ଼ୀ, କୈଳାସ ରାଉଳ ଓ ଉତ୍ତମ ମହାପାତ୍ର, ଅନାଦି ବେହେରା ପ୍ରମୁଖଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ୱର୍ଗତ ପାଣି ଏବଂ ତାଙ୍କ ଧର୍ମପତ୍ନୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହିତ ସ୍ମୃତି ପତ୍ରିକା ‘ଧନ୍ୟ ତୁମେ ଧନେଶ୍ୱର’ ଉନ୍ମୋଚନ କରିଥିଲେ । ଅବସରପ୍ରାପ୍ତ ଅନୁଶିକ୍ଷା ଅଧିକାରୀ ରାମଚନ୍ଦ୍ର ବାରିକ, ସମାଜସେବୀ ଅନାମ କୁଅଁର ଓ କୃତି ଛାତ୍ର ରାକେଶ ସେଠୀଙ୍କୁ ଧନେଶ୍ୱର ପାଣି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପୁତ୍ର ହରେକୃଷ୍ଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ସରପଞ୍ଚ ବୈକୁଣ୍ଠ ପାଣି, ସମାଜସେବୀ ବାଇଧର ପରିଡ଼ା, ଲକ୍ଷ୍ମୀଧର ସେନାପତି, ଦେବେନ୍ଦ୍ର ବାରିକ, ବଳରାମ ମଲ୍ଲିକ, ସରୋଜ ନାୟକ, ପ୍ରହ୍ଲାଦ କୁଅଁର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ ଦାଶ, ରବିନ୍ଦ୍ର ପାଣିଗ୍ରାହୀ, ଅର୍ଜୁନ ଦାସ, ଅପୂର୍ବ ପଣ୍ଡା, ଇଂ. ନୀଳାମ୍ବର ପାଣି, ସଂଯୁକ୍ତା ପାଣିଗ୍ରାହୀ, ସସ୍ମିତା ଦାଶ, ସଂଘମିତ୍ରା ପଣ୍ଡା ଓ ସଂଗୀତାଶ୍ରୀ ପାଣି ପ୍ରମୁଖ ପରିଚାଳନା କରିଥିଲେ ।