‘ହେଲ୍ପ ଫର ପିପୁଲ’ ପକ୍ଷରୁ ଛତା ବଣ୍ଟନ

 କାକଟପୁର: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଡେରୁଣିଆ ସମେତ ଆଖପାଖ ଅଞ୍ଚଳର ଉଦଯୋଗୀ ଯୁବକ ମାନଙ୍କୁ ନେଇ ଗଠିତ "ହେଲ୍ପ ଫର ପିପୁଲ’ ନାମକ ସଂଗଠନ ପକ୍ଷରୁ ଅସନ, ପାଟସୁନ୍ଦରପୁର, ଓସିହାଁ, ଡେରୁଣିଆ ଓ ବାଲିସାହି ଗ୍ରାମର ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କରାଯାଇଛି । ବିଗତ ଦିନ ମାନଙ୍କରେ ଉକ୍ତ ସଂଗଠନ ଜରିଆରେ ଦିନଦୁସ୍ଥଙ୍କ ସେବା, ଚାରାରୋପଣ, କମ୍ବଳ ବଣ୍ଟନ, ପର୍ବପର୍ବାଣୀରେ ଅସହାୟଙ୍କୁ ଉପହାର ଆଦି କାର୍ଯ୍ୟ କରି ସର୍ବଦା ପ୍ରଶଂସିତ ହୋଇପାରିଛନ୍ତି । ଏହି ସଂଗଠନ ଅସହାୟ ଓ ଆବଶ୍ୟକତା ମୂଳକ ଲୋକମାନଙ୍କ ଜୀବନ ଜୀବିକାକୁ ସହଜ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସ୍ୱଛତା ପ୍ରତି ଧ୍ୟାନ ଦେବ ବୋଲି ସଂଗଠନର ମୁଖ୍ୟ ଅଜିତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ତପନ କୁମାର ସେଠୀ, ପ୍ରମୋଦ ବେହେରା, ବିଚିତ୍ର ମଲ୍ଲିକ, ବିଜୟ ବେହେରା, ଫିଲୁ ରାଉତ, ପ୍ରିୟବ୍ରତ ଜେନା ଓ ନିରଞ୍ଜନ ଓଝାଙ୍କ ସମେତ ୨୫ ରୁ ଉର୍ଦ୍ଧ ସଭ୍ୟ ଯୋଗଦେଇ ଅସହାୟ ଓ ନିରାଶ୍ରୟ ମାନଙ୍କୁ ଛତା ବଣ୍ଟନ କରିଥିଲେ ।