୨୧ ଟିକିଆ ହାତୀ ପଲଙ୍କ ଆତଙ୍କ

 ଚମ୍ପୁଆ  :  ଚମ୍ପୁଆ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଗ୍ରାମର ଗତ ରାତି ୨୧ ଟିକିଆ ହାତୀ ପଲ ପ୍ରବେଶ କରି ନାନଦି କ୍ଷତି ଘଟାଇଛନ୍ତ । ପନିପରିବା ଚାଷ ଠାରୁ ଆରମ୍ଭ କରି ଧାନ ଚାଉଳ ନଷ୍ଟ କରିବା ସହିତ ଅସହାୟ ସରସ୍ୱତୀ ମହାନ୍ତଙ୍କ ଘରକୁ କଣା କରି ଘରେ ଭର୍ତ୍ତି କରିଥିବା ଧାନ ଚାଉଳ ଖାଇ ଦେଇଛନ୍ତି । ସୂଚନା ଅନୁସାରେ, ଚମ୍ପୁଆ ସେକ୍ସନରେ ପ୍ରାୟ ୨ ସପ୍ତାହ ହେବ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି । ଗତ ୨ ଦିନ ତଳେ ପତଳା ଗ୍ରାମରେ ଏହି ହାତୀ ପଲ ଉପଦ୍ରବ କରି ୮ରୁ ଅଧିକ ଘର ଉଜାଡି ଦେଇଥିବା ବେଳେ ଗତ ରାତି ପ୍ରାୟ ୯ ଘଟିକା ସମୟରେ କୃଷ୍ଣପୁର ଗ୍ରାମରେ ପ୍ରବେଶ କରି ସରକାରଙ୍କ ପକ୍ଷରୁ ମିଳିଥିବା ସରସ୍ୱତୀ ମହାନ୍ତଙ୍କ ଘରକୁ କଣା କରିବା ସହିତ ଘର ଭିତରେ ଥିବା ଧାନକୁ ଖାଇବା ସହିତ ନଷ୍ଟ କରିଦେଇଛନ୍ତି । ସୂଚନାଯୋଗ୍ୟ, ସରସ୍ୱତୀ ମହାନ୍ତଙ୍କ ସ୍ୱାମୀ କିଛିଦିନ ଦଳେ ମୃତୁ୍ୟବରଣ କରିବା ପରେ ସେ ଏକୁଟିଆ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଘରେ ଚଳି ଆସୁଥିଲେ । ମାତ୍ର ହାତୀ ଏହି ଘରକୁ କଣା କରି ଦେବା ଏବଂ ଧାନ ଚାଉଳ ଖାଇଦେବା ଯୋଗୁଁ ସରସ୍ୱତୀ ମହାନ୍ତଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ବନବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ପ୍ରଦାନ ନିମନ୍ତେ ସେ ଦାବି କରିଛନ୍ତି ।