ହୋଣ୍ଡା ସାଇନ- ୧୦୦ଡିଏଲଏକ୍ସର ବଜାର ପ୍ରବେଶ
ଢେଙ୍କାନାଳ : ଜିଲ୍ଲାର ଏକମାତ୍ର ମୁଖ୍ୟ ଅଧିକୃତ ବିକ୍ରେତା ଶ୍ରୀ ଗଣପତି ଅଟୋମୋଟିଭସ ପ୍ରା.ଲି ପକ୍ଷରୁ ଢେଙ୍କାନାଳ ସହର ଉପକଣ୍ଠ ହୋଟେଲ ନିରୁପମା ଠାରେ ହୋଣ୍ଡା ଦୁଇଚକିଆ ଯାନ-ନୂତନ ସାଇନ୍ ୧୦୦ ଡିଲକ୍ସର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ପ୍ରଥମ କରି ଏସଜିଏପିଏଲ ହୋଣ୍ଡା ଠାରେ ଏହାକୁ ଉଦ୍ଘାଟନ କରାଯାଇ ବଜାର ପ୍ରବେଶ କରାଯାଇଛି । ହୋଣ୍ଡା ଜୋନାଲ ଅଫିସର ଏରିଆ ମ୍ୟାନେଜର ଅଭିଷେକ ହୋତା ମୁଖ୍ୟ ଅତିଥି, ଚିଫ ମ୍ୟାନେଜର ବ୍ୟାଙ୍କ ଅଫ ବରୋଦା ଢେଙ୍କାନାଳର ବିକାଶଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏସଜିଏପିଲ-ହୋଣ୍ଡାର ପରିଚାଳନା ନିଦେ୍ର୍ଦଶକ ମନୋଜ ପୃଷ୍ଟି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ଗାଡି ବଜାରରେ ଗ୍ରାହକମାନଙ୍କ ମଧ୍ୟରେ କିଭଳି ଆଦୃତିଲାଭ କରିପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ । ପରେ ନୂତନ ଗାଡି ସାଇନ ୧୦୦ ଡିଲକ୍ସକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ନୂତନ ଗାଡିକୁ କ୍ରୟ କରିବାକୁ ଥିବାଗ୍ରାହାକ ବନ୍ଧୁ ମାନଙ୍କୁ ସ୍ୱତନ୍ତ୍ର ଉପହାର ସହ ନୂତନ ଗାଡିର ଚାବି ହସ୍ତାନ୍ତର କରାଯାଇଥିଲା । ଏସଜିଏପିଏଲ ହୋଣ୍ଡାର ପାର୍ଟସ ମ୍ୟାନେଜର ଜୟଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦିପ୍ତୀମୟୀ ସାମଲ, ପ୍ରତିପ୍ରଜ୍ଞା ମହାନ୍ତି, ଦୁର୍ଗାପ୍ରସାଦ ପରିଡା, ଅନୁଷ୍ଠାନର ନେଟୱାର୍କ ମ୍ୟାନେଜର ପ୍ରଚେତା ରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।