କପିଳାସ ପୀଠରେ ଭକ୍ତଙ୍କ ଭିଡ଼ 

 ଢେଙ୍କାନାଳ: ଆଜି ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ପବିତ୍ର ଶୈବ ପୀଠ କପିଳାସ ଠାରେ ଭକ୍ତ ଙ୍କର ଗହଳି ଦେଖିବାକୁ ମିଳିଥିଲା  । ପ୍ରାତଃ ସମୟରୁ ଠାକୁରଙ୍କର ସମସ୍ତ କାର୍ଯ୍ୟ କ୍ରମ ସମ୍ପୂର୍ଣ ଧର୍ମୀୟ ରୀତିନୀତି ଅନୁଯାଇ ପାଳନ କରାଯାଇ ଥିଲା ଯଥା ମଙ୍ଗଳ ଆଳତି ଅବକାଶ ନୀତି ମଇଲମ ଲାଗି ବାଳ ଭୋଗ ପରେ ମଧ୍ୟାହ୍ନ ଭୋଗ ଆଦି ସମ୍ପୂର୍ଣ ପରେ ଠାକୁରଙ୍କର ମକର ସଂକ୍ରାନ୍ତି ଉପଲକ୍ଷେ ମକର ନୀତି ଦିବା ୧୨ରେ ପୂଜା ପଣ୍ଡା ଓ ସେବକ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ପ୍ରଥମେ ବେଢା ପରିକ୍ରମା, ମକର ଚାଉଳରେ ନିର୍ମିତ ପ୍ରସାଦ ପ୍ରଦାନ, ଓ ପରେ ବାବା ଚନ୍ଦ୍ରଶେଖରଙ୍କୁ ସୁନା ମୁକୁଟ ପରିଧାନ କରାଯାଇ ନାଗଭରଣ ବେଶ ଅନୁଷ୍ଠିତ ହୋଉଥିଲା । ଠାକୁରଙ୍କର ଦର୍ଶନ ଲାଗି ଭକ୍ତ ମାନଙ୍କ ପାଇଁ ମନ୍ଦିରର ମୁଖ୍ୟ ଦ୍ୱାରା କୁ ସକାଳୁ ଖୋଳାଯାଇ ଥିଲା ଭକ୍ତ ମାନେ ସିଂହ ଦ୍ୱାରା ଠାରୁ ଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଧାଡିରେ ଠିଆ ହୋଇ ଠାକୁରଙ୍କର ବିଶେଷ ମକର ବେଶ କୁ ଦର୍ଶନ କରିଥିଲେ,ପ୍ରାୟ ୪୦ହଜାର ଭକ୍ତଙ୍କର ସମାଗମ ହୋଇଥିଲା  ।