‘ନୈତିକ ମୂଲ୍ୟବୋଧ ପାଇଁ ଆଚରଣ ଓ ଉଚ୍ଚାରଣରେ ସମାନତା ଜରୁରୀ’
 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଅଉଖମାସ୍ଥିତ ଶ୍ରୀ ଶ୍ରୀ ସଂକଟ ମୋଚନ ମନ୍ଦିର ପରିସରରେ "ସ୍ୱର୍ଣ୍ଣତାରା ପୂଜ୍ୟପୂଜା ସଂସଦ'ର ୧୧ତମ ପ୍ରତିଷ୍ଠା ଦିବସ ଆଷାଢ ଶୁକ୍ଲ ତୃତୀୟା ତିଥିରେ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ର ସଭାପତି ସୋମେନ୍ଦୁ ଶତପଥୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଇଂ. ଫକୀର ମୋହନ ସାହୁ ଅନୁଷ୍ଠାନର ପ୍ରତିଷ୍ଠା, ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଢେଙ୍କାନାଳ ଶାଖାର ସଂପାଦକ ତଥା କବି ବାହାଦୂର ପାଟ୍ଟସାହାଣୀ, ମୁଖ୍ୟବକ୍ତା ଭାବେ କବି ପ୍ରକାଶ ଚନ୍ଦ୍ର ରାଉତ,  ସମ୍ମାନିତ ଅତିଥି ଭାବେ ଗାଳ୍ପିକ ସୁଶୀଳ କୁମାର ନନ୍ଦ ଓ ବରିଷ୍ଠ ସ୍କାଉଟ୍ ଶିକ୍ଷକ ପ୍ରଶାନ୍ତ କୁମାର ଧଳ ଯୋଗଦେଇ ଅନୁଷ୍ଠାନ କିପରି ଲୋକମାନଙ୍କୁ ଏକାଠି କରି ସମାଜର ଉନ୍ନତି ଓ ବ୍ୟକ୍ତିର ବିକାଶ ପାଇଁ କାର୍ଯ୍ୟ କରୁଛି ସେ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ପ୍ରଭାତୀ ମହାପାତ୍ର ଓ ନିବେଦିତା ରଥଙ୍କ ସଂଯୋଜନାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । "ନୈତିକ ମୂଲ୍ୟବୋଧ' ଶୀର୍ଷକ ଆଲୋଚନା ଚକ୍ର ଉପରେ  ମୁଖ୍ୟବକ୍ତା ପ୍ରକାଶ ଚନ୍ଦ୍ର ରାଉତ, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ, କବି ବାହାଦୂର ପାଟ୍ଟସାହାଣୀ, ବିଶିଷ୍ଟ ସମାଜସେବୀ ଅମୀର ଚନ୍ଦ୍ର ରାଉତ, ଅନୁଷ୍ଠାନର ସଭାପତି ମଧୁସୂଦନ ଶତପଥୀ, ଲଳିତ ମୋହନ ବେହେରା, କବୟିତ୍ରୀ ପ୍ରଭାତ ନଳିନୀ ଦାଶ, ପ୍ରକାଶ ଚନ୍ଦ୍ର ଜଗଦେବ୍ ଓ ଛଦେଶ ସାହିତ୍ୟ ସଂସଦର ଯୁଗ୍ମ ସଂପାଦକ ବାସୁଦେବ ଧଳ ଆଦି ଆଲୋଚନାରେ ବକ୍ତବ୍ୟ ରଖିଥିଲେ । ""ନୈତିକ ମୂଲ୍ୟବୋଧ'' ଅବକ୍ଷୟର କାରଣ ଓ ନିରାକରଣ ଉପରେ ମୁଖ୍ୟବକ୍ତା ବିଷଦ ଭାବେ ଦୃଷ୍ଟାନ୍ତ ମୂଳକ  ଉଦାହରଣ ସହିତ ବାଖ୍ୟା କରିଥିଲେ । କାର୍ଯ୍ୟକ୍ରମରେ ଯୁବକବି ଲିଙ୍କୁ ପତି, ଜାପାନୀ ଜଗଦେବ, ବୀରବର ମିଶ୍ର, ନୀଳମଣି ମହାରଣା, ସୂର୍ଯ୍ୟମଣି ପୃଷ୍ଟି, ଜଗବନ୍ଧୁ ସାହୁ, ପୂଜକ ମିଲୁ ନନ୍ଦ, ବ୍ରଜବନ୍ଧୁ ସାହୁ ଓ ନବ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ । ସଂପାଦକ ଇଂ. ଫକୀର ମୋହନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
