ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ସରକାରୀ ସ୍କୁଲସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳ ସହରର ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୂଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଇକୋଣ୍ଡୋର ଉନ୍ନତି ନିମନ୍ତେ ଇଂ ସୌମ୍ୟବ୍ରତ ସାହୁଙ୍କ ଉଦ୍ୟମ ଓ ଉତ୍ସାହକୁ ପ୍ରସଂଶା କରିବା ସହ ଧନ୍ୟବାଦ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋଜ ରଞ୍ଜନ ଦଳେଇ, ଆମେଚର ତାଇକୋଣ୍ଡୋ ସଂଘ ସମ୍ପାଦକ ତଥା ଜାତୀୟସ୍ତରର କୋଚ୍ ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୧୪ ବର୍ଷ ଓ ୧୭ ବର୍ଷ ବିଭାଗରେ ସମୁଦାୟ ୨୫ଜଣ ପ୍ରତିଯୋଗୀ ବ୍ଲକରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ କୃତି ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ କେନ୍ଦୁଝରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି ଚୟନ ପ୍ରକ୍ରିୟାରେ ରେଫରୀ ଭାବେ ସୁଚିସ୍ମିତା ବେହେରା, ଲୋପାମୁଦ୍ର ସାହୁ, ରାଜେନ୍ଦ୍ର ବେହେରା, ଇନ୍ଦ୍ରଜିତ୍ ସାହୁ, ପ୍ରତାପ ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ସ୍କୁଲ କ୍ରୀଡ଼ା ଶିକ୍ଷକ ସଂଘର ସହ ସମ୍ପାଦକ ସୁବ୍ରତ କୁମାର ମିଶ୍ର, କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ଏହି ପ୍ରତିଯୋଗିତା ବି.ବି. ହାଇ ସ୍କୁଲରେ କରିଥିବାରୁ ଶିକ୍ଷା ବିଭାଗକୁ ଧନ୍ୟବାଦ ଅର୍ପଣ କରିଥିଲେ ।