ବିପର୍ଯ୍ୟୟର ପରିଚାଳନା ପାଇଁ ପ୍ରସ୍ତୁତି

 ଢେଙ୍କାନାଳ  :  ଆଗାମୀ ଦିନରେ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟର ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟର ଅଭ୍ୟାସ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଯେ କୌଣସି ସମୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ  ଉଚÿିତ ସମୟରେ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଲୋକଙ୍କୁ ଓ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ସରୋଜ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି  । ସମସ୍ତ ବିଭାଗ ଯଥାଶୀଘ୍ର  ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବନ୍ୟା-ବାତ୍ୟା ପରବର୍ତ୍ତୀ ସମୟର ପ୍ରସ୍ତୁତି ସଂପର୍କିତ ପ୍ଲାନ ପ୍ରସ୍ତୁତ କରି ସଂପୃକ୍ତ  ସମସ୍ତ ଗୃପରେ ଜଣାଇବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସୁଦିପ୍ତ କୁମାର ସାହୁ  ସାମ୍ଭାବ୍ୟ ବର୍ଷାକୁ ଦୃଷ୍ଟିକୁ ନେଇ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସଂପର୍କରେ ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ, କୃଷି ଓ ଉଦ୍ୟାନ, ବିଦୁ୍ୟତ୍ ବିଭାଗ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ, ଜିଲ୍ଲା ସାମାଜିକ ସୁରକ୍ଷା, ପରିବହନ ବିଭାଗ, ବେସାମରିକ ଯୋଗାଣ ବିଭାଗ ଆର୍ଏମ୍ସି ଏବଂ ଓଡ୍ରାଫ୍ ଟିମ୍ର କର୍ମକର୍ତ୍ତାମାନେ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ  ସଂଜୟ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣୀ ପ୍ରଧାନଙ୍କ ସମେତ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।