ୟାଜଦିନରେ ଶ୍ରମିକଙ୍କ ଜୀବନ ମୂଲ୍ୟହୀନ 

ଯଖପୁର : କଳିଙ୍ଗନଗର ଶିଳ୍ପାଂଚଳ ଅନେକ କାରଖାନାରେ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । କାରଖାନା ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର ଲାଭ ଖୋର ମନୋବୃତି ପାଇଁ ଶ୍ରମିକ ମାନଙ୍କ ଜୀବନ ସହିତ ଖେଳୁଛନ୍ତି । ଫଳରେ କାରଖାନା ସବୁରେ ଅନେକ ସମୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଯଖପୁରା ଥାନା ଅନ୍ତର୍ଗତ ୟାଜଦାନୀ କାରଖାନା ଶ୍ରମିକ ମାନଙ୍କ ସୁରକ୍ଷା ହେଉ କି ପ୍ରଦୂଷଣ ତାକୁ ରୋକିବାରେ ବିଫଳ ହୋଇଛି ।ଫଳରେ ଅନେକ ସମୟରେ କାରଖାନାରେ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି । ୟାଜଦାନୀ କାରଖାନା ସମ୍ପୂର୍ଣ୍ଣ ଭାବରେ ବିପଦ ପୂର୍ଣ୍ଣ ଭାବରେ ଚାଲୁଛି ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । କାରଖାନାର ମୂଳ ମାଲିକ କାରଖାନାଟିକୁ ଚଳାଉ ନାହାଁନ୍ତି । ଏହାକୁ ଏକ ଠିକା ସଂସ୍ଥା ସାମୟିକ ପାଇଁ ନେଇ ଚଳାଉଛି । ଏହାର ମୁଖ୍ୟ ଚିରାଗ ଅଗ୍ରୱାଲା । ତାଙ୍କର ଲାଭ ଖୋର ମନୋବୃତି ପାଇଁ କାରଖାନାକୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ଭାବରେ ଚଳାଇଛନ୍ତି । ଯାହାଫଳରେ ଶ୍ରମିକଙ୍କ ଶୋଚନୀୟ ମୃତୁ୍ୟ ଘଟୁଛି । କାର୍ଯ୍ୟରତ ଶ୍ରମିକଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ଛାଡି ଦିଆଯାଉଛିା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଜଣେ ମାତ୍ର କର୍ମଚାରୀ ରହିଛନ୍ତି । ଯେତେବେଳେ କି କାରଖାନାରେ ମୋଟରେ ୫୦୦ ରୁ ୭୦୦ଶ୍ରମିକ କାର୍ଯ୍ୟ କରୁଛନ୍ତି । ଶ୍ରମ ନୀତି ଅନୁଯାୟୀ କାରଖାନାରେ କୌଣସି ଶ୍ରମିକ ପ୍ରବେଶ କରିବା ପୂର୍ବରୁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ପ୍ରବେଶ କରିବାର ନିୟମ ଥିଲେ ମଧ୍ୟ କାରଖାନାରେ ତାହା ଦେଖାଯାଉ ନାହିଁ । କୌଣସି ଶ୍ରମିକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ପାଇଁ ଆବଶ୍ୟକ ସରଞ୍ଜାମ ପିନ୍ଧୁ ନାହାଁନ୍ତି । ସୁରକ୍ଷିତ ପୋଷାକ ହେଉ କି ଜୋତା ଅବା ହେଲମେଟ କାର୍ଯ୍ୟରତ ଶ୍ରମିକଙ୍କ ନିକଟରେ ଦେଖିବାକୁ ମିଳୁନାହିଁ । ଏହାକୁ କାରଖାନା କତୃପକ୍ଷ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରୁଛନ୍ତି । କାରଖାନାରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ନାହିଁ । ଫଳରେ କାରଖାନା କାର୍ଯ୍ୟ କରୁଥିବା ଶ୍ରମିକ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ବିନା ସୁରକ୍ଷା  କବଚରେ ୟାଜଦାନୀ କାରଖାନା ପାୱାର ପ୍ଲାଣ୍ଟର ୬୦ ଫୁଟ୍ ଉପରେ କାମ କରୁଥିଲେ ମୃତ ଲାପର ମେକାନିକ୍ ବିବେକାନନ୍ଦ ବେହେରା । ଯେଉଁଠାରୁ ଖସି ପଡି ଗତ ସୋମବାର ତାଙ୍କର ଶୋଚନୀୟ ମୃତୁ୍ୟ ଘଟିଥିଲା । କେବଳ ବିବେକାନନ୍ଦ ନୁହଁନ୍ତି ସେଦିନ ତାଙ୍କ ସହିତ ସେହି ୬୦ଫୁଟ ଉପରେ ଚଢି ଭାଲ୍ ଲାପଟିଂ ମରାମତି କରୁଥିବା ଅନ୍ୟ ୫ ଜଣ କାର୍ଯ୍ୟ କରୁଥିଲେ । ଘଟଣା ଦିନ ତଳେ ପଡି ମୃତୁ୍ୟ ବରଣ କରିଥିବା ବିବେକାନନ୍ଦ ସେପ୍ଟି ବେଲ୍ଟ ଠାରୁ ଆରମ୍ଭ କରି ହେଲମେଟ୍, ଜ୍ୟାକେଟ୍, ସେପ୍ଟି ଜୋତା କିମ୍ବା ଗ୍ଲୋଭସ୍ ପିନ୍ଧି ନଥିବା ଦେଖିବାକୁ ମିଳିନଥିଲାା ଲାପର ମେକାନିକ୍ ବିବେକାନନ୍ଦଙ୍କ ଶୋଚନୀୟ ମୃତୁ୍ୟ ପାଇଁ ସଂପ୍ରତି କାରଖାନାକୁ ପରିଚାଳନା କରୁଥିବା ଷ୍ଟାର ଗ୍ରୋ ଠିକାସଂସ୍ଥାର ମୁଖ୍ୟ ଚିରାଗ ଅଗ୍ରୱାଲାଙ୍କୁ ଦାୟି କରୁଛନ୍ତି ଅଞ୍ଚଳବାସୀ । ତେବେ ଶ୍ରମଜୀବୀ ସୁରକ୍ଷା ସାମଗ୍ରୀ ପରିଧାନ କରି କାର୍ଯ୍ୟ କରୁଛନ୍ତି କି ନାହିଁ ତାର ତାଦାରକ ରାଜ୍ୟ ସରକାରଙ୍କ ଫ୍ୟାକ୍ଟି୍ର ଏବଂ ବଏଲର ବିଭାଗର ହୋଇଥିଲେ ବି ଉକ୍ତ ବିଭାଗ କାର୍ଯ୍ୟାଳୟରେ ବସିରହୁଛନ୍ତି । ଶ୍ରମଜୀବୀଙ୍କ ଜୀବନକୁ ମୃତୁ୍ୟମୁଖକୁ ଠେଲି ଦେଉଥିବା ସଂପୃକ୍ତ ଷ୍ଟାର୍ ଗ୍ରୋ ଠିକାସଂସ୍ଥା ମୁଖ୍ୟ ଚିରାଗ ଅଗ୍ରୱାଲ୍ ଏବଂ କାରଖାନା ସୁରକ୍ଷା ଅଧିକାରୀଙ୍କ ବିରୋଧରେ ପୁଲିସ ଫୌଜଦାରୀ ମାମଲା ରୁଜୁ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଜଖପୁରା ପୁଲିସ କେବଳ ଗୋଟିଏ ଷ୍ଟେସନ ଡାଏରୀ କରି ନିଜ ଦାୟିତ୍ୱ ସାରିଦେଇଛି । ପୁଲିସ ନିଜ ଆଡୁ ମାମଲା ରୁଜୁ ନକରି ମୃତକ ପରିବାର ଏତଲା ଦେଲେ ମାମଲା କରିବୁ ବୋଲି  ଆଇଆଇସି କହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ମୁଖ୍ୟାଳୟରୁ ଖୁବ୍ ଶିଘ୍ର ଏକ ଉଚ୍ଚ ସ୍ଥରୀୟ ଟିମ୍ ୟାଜଦାନୀ କାରଖାନାକୁ ଆସି ବିବେକାନନ୍ଦଙ୍କ ମୃତୁ୍ୟର କାରଣ ଖୋଜିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବ ବୋଲି ବିଭାଗର ଜଣେ  ଅଧିକାରୀ ସୂଚନା ଦେଇଛନ୍ତି ।