ଅନିଶ୍ଚିତତାର ହେଲା ଅନ୍ତ : ଚାଲୁ ରହିବ ଷ୍ଟିୱାର୍ଟ ସ୍କୁଲ 

 କାଳିଆପାଣି: ସୁକିନ୍ଦା କ୍ରୋମାଇଟ ମାଇନ୍ସ ଟାଟା ଷ୍ଟିଲ କଲରଙ୍ଗୀଅଟ୍ଟା ପରିସରରେ ଥିବା ଷ୍ଟିୱାର୍ଟ ସ୍କୁଲର ଅନିଶ୍ଚିତତା ଅନ୍ତତଃ ଘଟିଛି । ସ୍କୁଲ ପୂର୍ବପରିଚାଲୁରହିବ ବୋଲି ନିଷ୍ପତି ପରେ ଆଜି ବିଧିବଦ୍ଧ ଭାବେ ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା ଏହାର ଉଦ୍ଘାାଟନ କରିଥିଲେ । କାଳିଆପାଣି ଖଣି ଅଂଚଳରେ କାର୍ଯ୍ୟରତ ଓଡିଶା ଖଣି ନିଗମ, ଫେକର କମ୍ପାନୀ, ଇମ୍ଫା କମ୍ପାନୀ, ଇସ୍ପାତ କମ୍ପାନୀ, ଜିନ୍ଦଲ ଷ୍ଟିଲ କମ୍ପାନୀ ସ୍କୁଲଟିକୁ ସମ୍ପୂର୍ଣ ଆର୍ଥôକ ସହାୟତା ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ବେଳେ ଜିଲାପାଳ ଏବଂ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।