ଷୋଳ ପ୍ରହରୀ ନାମଯଜ୍ଞ 

 ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଖୁଦପେଜ ଗ୍ରାମ ପଂଚାୟତ ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମରେ ସାମୁହିକ ଭାବେ ଗ୍ରାମବାସୀଙ୍କ ଉଦ୍ୟମରେ ୧୬ ପ୍ରହରୀ ନାମଯଜ୍ଞ ଶନିବାର ପୂର୍ଣାହୁତି ହୋଇଯାଇଛି  । ଯଜ୍ଞ କର୍ତ୍ତା ଭାବେ ଯୁଗଳ କିଶୋର ରଣା ଓ ତାଙ୍କ ଧର୍ମ ପନôୀ ଯଶୋବନ୍ତି ରଣା କାର୍ଯ୍ୟ ସମ୍ପାଦନ କରିଥିଲେ  । କଳସ ଯାତ୍ରା ବୁଧବାର ୯ ତାରିଖ ଅନୁଷ୍ଠିତ ହୋଇଥିବା ବେଳେ ୧୦ ଓ ୧୧ ଦୁଇ ଦିନ ନାମ ସଂକ୍ରିର୍ତନ ଅନୁଷ୍ଠିତ ହୋଇଥିଲା  । ଏହି ନାମଯଜ୍ଞରେ କମିଟିର ସଭାପତି ମକରଧ୍ୱଜ ରଣା,ଉପ ସଭାପତି ଭେଙ୍କଟ ଗିରି ରଣା, ସମ୍ପାଦକ ବିଦ୍ୟାଧର ରଣା, କୋଷାଧ୍ୟକ୍ଷ ଗୀତା ଶଙ୍କର ରଣା,ସହ ସମ୍ପାଦକ ଖୁସିରାମ ରଣା ସମେତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ  ।