୧୨ ଜିଲ୍ଲାକୁ ଶୀତଲହରୀ ୱାର୍ଣ୍ଣିଂ

୧୨ ଜିଲ୍ଲାକୁ ଶୀତଲହରୀ ୱାର୍ଣ୍ଣିଂ

ଭୁବନେଶ୍ୱର : ସାରା ରାଜ୍ୟ ଏବେ ଜାଡ଼ରେ ଥରୁଛି । ସର୍ବନିମ୍ନ ତାପମାତ୍ରା କିଛି ସ୍ଥାନରେ ବଢ଼ିଥିଲେବି ଓଡ଼ିଶାରେ ଶୀତ ଲହର ଜାରି ରହିଛି । ୧୨ ଜିଲ୍ଲାକୁ ଶୀତଲହରୀ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା; ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନଗୁଳ, କେନ୍ଦୁଝର, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା । ଅପରପକ୍ଷରେ ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୧୩, କଟକରେ ୧୧.୪, ପାରାଦୀପରେ ୧୨.୫, ଭୁବନେଶ୍ୱରରେ ୧୨.୧, ଗୋପାଳପୁରରେ ୧୪.୫, ପୁରୀରେ ୧୫.୬, ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ରହିଛି । ସେହିପରି ବାରିପଦାରେ ୧୦, ଝାରସୁଗୁଡ଼ାରେ ୬.୪, କେନ୍ଦୁଝରଗଡ଼ରେ ୮.୮, ସମ୍ବଲପୁରରେ ୧୦.୨, ସୁନ୍ଦରଗଡ଼ରେ ୮.୪, ହୀରାକୁଦରେ ୧୧.୪, ଭବାନୀପାଟଣାରେ ୧୦.୪, ବଲାଙ୍ଗୀରରେ ୧୦.୨, କୋରାପୁଟରେ ୧୨.୪, ଫୁଲବାଣୀରେ ୭, ଟିଟିଲାଗଡ଼ରେ ୧୨.୫, ମାଲକାନଗିରିରେ ୧୧.୬, ସୋନପୁରରେ ୧୧.୩, ଦାରିଙ୍ଗବାଡ଼ିରେ ୧୦, ନୟାଗଡ଼ରେ ୧୩.୨, ବୌଦ୍ଧରେ ୧୦.୩, ଛତ୍ରପୁରରେ ୧୫.୮, ପାରଳାଖେମୁଣ୍ଡିରେ ୧୨.୮, ରାୟଗଡ଼ାରେ ୧୧, ଭଦ୍ରକରେ ୧୩, ଯାଜପୁରରେ ୧୩.୨, ଢେଙ୍କାନାଳରେ ୯.୭, ବରଗଡ଼ରେ ୧୩, ଦେବଗଡ଼ରେ ୧୨.୨, ନୂଆପଡ଼ାରେ ୧୨.୬, ନବରଙ୍ଗପୁରରେ ୧୨, ଖୋର୍ଦ୍ଧାରେ ୧୧, ଜଗତସିଂହପୁରରେ ୧୨, କେନ୍ଦ୍ରାପଡ଼ାରେ ୧୩.୨ ଓ ରାଉରକେଲାରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରହିଛି ।